
କନ୍ଧମାଳ, ଫୁଲବାଣୀ ବନଖଣ୍ଡର ନୂତନ ଡିଏଫଓ ଭାବେ ଯୁବ ଆଇଏଫଏସ ପ୍ରଶାନ୍ତ ପଟେଲ ଦାୟୀତ୍ଵ ଗ୍ରହଣ କରିଛନ୍ତି। ପଟେଲ ଡେ଼ରାଡ଼ୁନରୁ ଦକ୍ଷତାର ସହ ଗତ ଜାନୁଆରୀ ୩୧ ତାରିଖ ୨୦୨୨ ତାରିଖରେ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନର ଇନଚାର୍ଜ ଡ଼ିଏଫଓ ଭାବେ ଦାୟୀତ୍ଵ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଫୁଲବାଣୀ ଡ଼ିଏଫଓ ଥିବା ଳକ୍ଷ୍ମୀଧର ବେହେରା ଆଇଏଫଏସ ଅବସର ଗ୍ରହଣ କରିବା ପରେ ବାଲିଗୁଡା ଡ଼ିଏଫଓ ବିଶ୍ବରାଜ ପଣ୍ଡା ଫୁଲବାଣୀ ଡ଼ିଏଫଓ ଭାବେ ଅତିରିକ୍ତ ଦାୟୀତ୍ଵରେ ଥିଲେ । ନୂତନ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଵିଶେଷ କରି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟ ପ୍ରାଣୀ ସୁରକ୍ଷା ଓ ମୂଲ୍ୟବାନ ଜଙ୍ଗଲ ଯେପରି ନିଆଁ ଦାଉରୁ ରକ୍ଷା କରାଯିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କୁହାଯାଇଛି। ଶ୍ରୀ ପଟେଲ ଦାୟୀତ୍ଵ ଗ୍ରହଣ କରିବା ପରେ ସମସ୍ତ ରେଞ୍ଜର ଓ ବନ କର୍ମଚାରୀମାନେ ତାଙ୍କୁ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ।