
କୋଲକାତା, ପଶ୍ଚିମ ବଙ୍ଗ ସହ ଲାଗିଥିବା ଭାରତ – ବଙ୍ଗଳାଦେଶ ସୀମାରେ ବିଏସଏଫ ଜବାନ ାନେ 81 ଟି ସୁନା ବିସ୍କୁଟ ଜବତ କରିବା ସହ ଏକ ଚୋରା ଚାଲାଣକାରୀକୁ ଧରିବାରେ ସଫଳତା ଅର୍ଜନ କରିଛନ୍ତି ।
ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର 24 ପରଗଣା ଜିଲ୍ଲାର ସୀମାରେ ଥିବା ରନଘାଟ ପୋଷ୍ଟର । ଜବତ କରାଯାଇଥିବା ସୁନାର ମୋଟ ଓଜନ 9.792 କିଲୋଗ୍ରମ । ଏହାର ଅାନୁମାନିକ ମୂଲ୍ୟ 5 କୋଟି 2 ଲକ୍ଷ ଟଙ୍କା 83 ହଜାର ଟଙ୍କା ବୋଲି ଜଣା ପଡିଛି । ଏହି ମାମଲାରେ ବିଏସଏଫ ନାଜିମ ନାମକ ଜଣେ ଚୋରାଚାଲାଣକାରୀକୁ ଗିରଫ କରିଛି ।