
-
କାର୍, ବାଇକ୍ ଜବତ
ରାଉରକେଲା, ରାଉରକେଲା ପ୍ଲାଂଟ ସାଇଡ୍ ପୋଲିସ ପ୍ରାୟ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଏକ କାର୍, ଏକ ବାଇକ୍ ଓ ୩ଟି ମୋବାଇଲ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏତେ ପରିମାଣର ବ୍ରାଉନସୁଗାର ଏମାନେ କେଉଁଠୁ ଆଣିଥିଲେ, ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ ।
ପ୍ରକାଶ ଥାଉକି, ଗତକାଲି ଏସଟିଏଫ ପକ୍ଷରୁ ଚଢ଼ଉ କରାଯାଇ ରାଉରକେଲା ପୋଲିସ ଜିଲ୍ଲା ସେକ୍ଟର -୧୫ ଥାନା ଅଂଚଳରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରାଯିବା ସହ ଘଟଣାରେ ଜଣକୁ ଗିରଫ କରାଯାଇଥିଲା । ତେବେ ଗତକାଲି ବହୁଳ ଭାବେ ନକଲି ନୋଟ୍ ଓ ଆଜି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହେବା ଘଟଣା ସମ୍ପ୍ରତି ରାଉରକେଲା ଅପରାଧୀଙ୍କ ପେଣ୍ଠସ୍ଥଳି ପାଲଟିଥିବା ସୂଚାଉଛି ।