ମାଲକାନଗିରି, ଲଗାଣ ବର୍ଷାରେ ମାଲକାନଗିିରି ଜିଲ୍ଲା ସୀମାନ୍ତ ମୋଟୁ ଅଞ୍ଚଳରେ ଥିବା ପୋଲ ଉପରେ ପ୍ରବାହିତ ହେଉଛି ବର୍ଷା ପାଣି । ଗତକାଲି ରାତିରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା କୁଇଗୁର୍ ପୋଲ ଉପରେ ୨ରୁ ୩ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି ।ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଉଭୟ ପଟେ ଯାନବାହାନ ଅଟକି ରହିଛି । ଲଗାଣ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଆଗକୁ ବର୍ଷା ଜାରି ରହିଲେ ମୋଟୁ ଓ ଆନ୍ଧ୍ର ଚିନ୍ତୁରର ବିଭିନ୍ନ ତଳିଆ ଅଞ୍ଚଳ ବୁଡିଯିବା ଆଶଙ୍କା ରହିଛି ।
Related Stories
November 23, 2024