ମାଲକାନଗିରି, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୫- ଖାରବେଳନଗର ଭୁବନେଶ୍ବର ଆନୁକୁଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା ତରଫରୁ ଗତକାଲି ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ପରିସରରେ ରାଜ୍ଯ ସ୍ତରୀୟ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ତଥା ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ଵାଇଁଙ୍କ ତୃତୀୟ କବିତା ସଂକଳନର ଲୋକାର୍ପଣ ହୋଇଥିଲା। ବୈଠକର ମୁଖ୍ୟ ବିଷୟ ଥିଲା ପୁରୁଣା ପେନସନର ପୁନଃ ପ୍ରଚଳନ।
ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ୱାଇ. ଏସ୍. ଶର୍ମା ତେଲେଙ୍ଗାନା ରାଜ୍ୟ ସଭାପତି, ମୁଖ୍ୟବକ୍ତା ଭାବେ ଏ.ଜି.ଏସ୍. ଗଣପତି ରାଓ ଆନ୍ଧ୍ର ପ୍ରଦେଶ ରାଜ୍ଯ ସଭାପତି, ସ୍ଵତନ୍ତ୍ର ଅତିଥି ଭାବେ ସୁଧାଂଶୁ ଶେଖର ମଣ୍ଡଳ କାର୍ଯ୍ୟକାରୀ ସଭାପତି ଏ. ଏସ୍. ଟି. ଏ. ଓଡିଶା, ସମ୍ମାନିତ ଅତିଥି ଭାବେ ଓଡିଶା ଜୋନାଲ ସେକ୍ରେଟାରୀ ଅନିତା ମେହେର ବୌଦ୍ଧ, ନବରଙ୍ଗପୁର ଜିଲ୍ଲା ସମ୍ପାଦକ ଲିମ୍ବୁ ଚରଣ ଶିରା ଓ ପି. ସୁଶୀଳା ଉପସ୍ଥିତ ଥିଲେ।ମାଲକାନଗିରି ଜିଲ୍ଲା ସଭାପତି ନୀଳକଣ୍ଠ ବେହେରା ସଭାପତିତ୍ଵ କରିଥିବା ବେଳେ ଜିଲ୍ଲା ସମ୍ପାଦକ ଲୋକନାଥ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଯଚିନ୍ଦ୍ର ସ୍ଵାଇଁ ।
ଉକ୍ତ ମହାମଞ୍ଚରେ ଶିକ୍ଷକନେତା ଯୁବକବି, ତଥା ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ଵାଇଁଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ୫-ଖାରବେଳନଗର ଭୁବନେଶ୍ବର ତରଫରୁ ଶିକ୍ଷାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ପୂର୍ବରୁ ଶ୍ରୀ ସ୍ଵାଇଁ ଗୋପବନ୍ଧୁ ସାହିତ୍ୟ ସଂସଦ ବରପାଲି, ବରଗଡ଼ ଜିଲ୍ଲାରୁ ଦରପଡ଼ନ୍ ସାହିତ୍ୟ ସମ୍ମାନ, ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଜିଲ୍ଲାରୁ ଲଗ୍ନକବି ସମ୍ମାନ, ସାରସ୍ଵତ ସମନ୍ଵୟ ସମିତି, ନୀଳଗିରିରୁ ସ୍ଵର୍ଣ୍ଣଶ୍ରୀ ଯୁବ ପ୍ରତିଭା ସମ୍ମାନ, କୋରାପୁଟ ଜିଲ୍ଲା କୋଟିଆରୁ ପ୍ରତିଭା ସମ୍ମାନ, ସାହିତ୍ୟିକ ବନ୍ଧୁ ପରିବାର ବାଲେଶ୍ଵର ଜିଲ୍ଲାରୁ କବିଶ୍ରୀ ସମ୍ମାନ, ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ରାଜକିଶୋର ନଗର ଅନୁଗୁଳ ଜିଲ୍ଳାରୁ ସନ୍ଥ ଭୀମପ୍ରଭା କବି ଓ କବିତା ସମ୍ମାନ, ନିର୍ମୁକ୍ତା ସାହିତ୍ୟ ସଂସଦ ଗୋବିନ୍ଦପାଲ୍ଲିରୁ ପୂର୍ବାଞ୍ଚଳର ସାହିତ୍ୟ ଜ୍ୟୋତି ସମ୍ମାନ, ଜୁମଡାଙ୍ଗରୁ ଉତ୍କଳ ବୀର ସମ୍ମାନ, ଶିକ୍ଷା ବିଭାଗ କୁଡୁମୁଲୁଗୁମ୍ମାରୁ ଶିକ୍ଷା ଜ୍ୟୋତି ସମ୍ମାନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘରୁ ମାଲ୍ୟବନ୍ତର ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।