ଭୁବନେଶ୍ଵର, ଗତ ୨୪ ଘଂଟାରେ ରାଜ୍ୟରେ ଯାଜପୁର ସହରରେ ସର୍ବାଧିକ ୯୦ ମି.ମି. ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟ ୭୯.୨, ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ୭୨.୦, କେନ୍ଦ୍ରାପଡ଼ାର ଡ଼େରାବିଶରେ ୭୨.୦, କନ୍ଧମାଳ ଜିଲ୍ଲାର କଳିଙ୍ଗାରେ ୬୯.୦, ବାଲେଶ୍ଵର ଜିଲ୍ଲାର ଜଳେଶ୍ଵରରେ ୬୭.୦, ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୬୬.୮, ବରଗଡ଼ ଜିଲ୍ଲାର ବିଜେପୁର ୬୬.୦, ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୬୫.୮, ବରଗଡ଼ ଜିଲ୍ଳାର ସୋହେଲାରେ ୬୪.୦, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ୬୨.୦, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୦.୦ ଏବଂ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ୬୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ରେ ୩୩.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।