ବଲାଙ୍ଗୀର, ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପା ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ଗତକାଲି ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଯୋଗଦେଇ ଦେଶର ଉନ୍ନତି ପାଇଁ ବିଦ୍ୟାର୍ଥିମାନଙ୍କ ଆବଶ୍ୟକତା ବିଷୟରେ ଉଦବୋଧନ ଦେଇଥିଲେ। ଜ଼ିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ବଲାଙ୍ଗୀର ନୋଡାଲ ପ୍ରିନ୍ସିପାଲ କ୍ଷମାନିଧି ଝାଙ୍କର ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମେହେରଙ୍କ ମାର୍ଗଦର୍ଶନରେ ଓଏଭି ଧ୍ୟେୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଜିଲ୍ଲାପାଳ ଏବଂ ଓଏଭି ମହିମୁଣ୍ଡାର ଅଧ୍ୟକ୍ଷ ଅଶୋକ କୁମାର ଖଟୁଆ, ଓଏଭି ବିବିନାର ଅଧ୍ୟକ୍ଷ ଗୋଲକ ବିହାରୀ ମଲ୍ଲିକ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବଲାଙ୍ଗୀର ଜିଲ୍ଲାର ୧୪ ଟି ବ୍ଲକର ଛାତ୍ରଛାତ୍ରୀ ମାନେ ଭାଷଣ, ନିବନ୍ଧ, ଚିତ୍ରକଳା, ଗୀତ, ନାଚ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ।
ବିଭିନ୍ନ ବିଦ୍ୟାଳୟର ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବଲାଙ୍ଗୀରର ବହୁ ବୁଦ୍ଧିଜୀବୀ. ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଚିକିତ୍ସକ ଡ଼. ନନ୍ଦ କିଶୋର ପାଢ଼ୀ ଏବଂ ବିଶିଷ୍ଟ ସଙ୍ଗୀତଜ୍ଞ ମୁରଲିଧର ପତିଙ୍କୁ ସଭାରେ ମାନପତ୍ର ପ୍ରଦାନ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରିଚାଳନା ଅପୁର୍ବା ରାୟ ଚୌଧୁରୀ ଏବଂ ଶେଷରେ ଧନ୍ୟବାଦ ଅର୍ପଣ ଶଶାଙ୍କ ଶେଖର ତ୍ରିପାଠୀ କରିଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ଓଏଭିର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦିତ ହୋଇଥିଲା।