ବଲାଙ୍ଗିର, ବଲାଙ୍ଗିର ଜିଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ଓ ନୂଆଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନିୟର ରେଡକ୍ରସ ପରାମର୍ଶ ଦାତା ତଥା ରକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ଵାବଧାନରେ ଅନୁଷ୍ଠିତ ସଭାରେ ସୁବାଷ ଚନ୍ଦ୍ର ପଟେଲ, ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବରେ ଶିକ୍ଷକ ତଥା ପ୍ରକୃତିବଂଧୁ ସୂର୍ଯ୍ୟକାନ୍ତ ରଣା, ଶିକ୍ଷକ ବିରଂଚି ନାରାୟଣ ସିଂ, ଅକୃର ପୁଟା, ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ, ନିରଞ୍ଜନ ସୁନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ସିପକା ଯୋଗ ଦେଇଥିଲେ। କ୍ଳଷ୍ଟରର ସଂଜୋଜକ ଧନସିଂ ମାଝୀ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ପରିଚୟ କରିଥିଲେ। ତାପରେ ଶିକ୍ଷକ ମାନେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପରେ ଆଲୋଚନା କରି ନୂଆଖାଇ ଜୁହାର ଭେଟ ହୋଇଥିଲେ। ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହିତ କିଛି ପ୍ରାଥମିକ ଚିକିତ୍ସାର ଉଦାହରଣ ସ୍ଵରୂପ କରିକି ଦେଖେଇଥିଲେ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା କିଟ ରଖିବାକୁ ପରାମର୍ଶ ଦେଇଥିଲେ। ତାପରେ ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ତାଙ୍କର ହାସ୍ୟ ରସାତ୍ମକ କବିତା ଓ ଚୁଟକୁଲା ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମନୋରଞ୍ଜନ କରିଥିଲେ। ତାପରେ ପ୍ରାଥମିକ ଚିକିତ୍ସା ଉପରେ ଶ୍ରୀ ଦାଶ ପ୍ରଶ୍ନ ପଚାରିଥିଲେ ଏବଂ ସଠିକ ଉତ୍ତର ଦେଇଥିବାରୁ ଶ୍ରୀ ବିମଳ କୁମାର ହାତୀ, ସୁବାସ ଧରୁଆ, ମଣି ମାଝୀ ଓ ଡିଙ୍କେଶ୍ଵରୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ଗୌତମ ଆଣ୍ଡିଆ, ମନୋଜ ତାଣ୍ଡି, ବିଶେଶ୍ଵର ମୁଦୁଲି, ଭବାନୀଶଙ୍କର ବେହେରା, କୁଲଧର ଚନ୍ଦନ, ଶରତ ମାଝୀ, ରାଜୁ ଦୀପ, ପ୍ରମୋଦ ମାଝୀ, ଅରୁଣ କୁମାର ସାହୁ, ବିକାଶ ଚନ୍ଦ୍ର ନାଥ, ସୁରେଶ ମାଝୀ, ବିନୋଦ ବଉକ, ଜିତେନ୍ଦ୍ର ନାଏକ, ମଳୟ ଚୌହାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।