
-
୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ
ରାଉରକେଲା, ରାଉରକେଲା ସେକ୍ଟର ୧୫ ଥାନା ଅଂଚଳରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ରାଜ୍ୟ ଏସଟିଏଫର ମୁଖ୍ୟ ଜୟ ନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶ କ୍ରମେ ଏସଟିଏଫର ଏକ ସ୍ଵତନ୍ତ୍ର ଟିମ୍ ରାଉରକେଲା ସେକ୍ଟର ୧୫ ଅଂଚଳରେ ଆଜି ଚଢ଼ଉ କରିଥିଲେ । ଚଢ଼ଉ ବେଳେ ସେଠାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ ହୋଇଛି । ନକଲି ନୋଟ ପ୍ରସ୍ତୁତି ପାଇଁ ବ୍ୟବହୃତ ଗୋଟିଏ ଲାପଟପ୍, ଗୋଟିଏ କଲର ପ୍ରିଂଟର ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି । ଏହି ଜାଲ୍ ନୋଟ୍ କାରବାରରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି । ତା’ର ନାମ ସେକ୍ ଅହମ୍ମଦ ଏବଂ ତାର ଘର ସେକ୍ଟର ୧୫ ଅଂଚଳରେ ବୋଲି ଜଣାପଡିଛି ।