
ରାଉରକେଲା, ରାଉରକେଲା ସହରରେ ବନ୍ଦ ପଡିଥିବା ଆରଏସପି ଘରେ ଚାଲିଛି ନକଲି ନୋଟ ଛପା, ଜୁଆ, ମଦ ଓ ନାନା ବେଆଇନ କାରବାର, ଦିର୍ଘ ଦିନ ଧରିଚାଲିଛି ଏହି ସବୁ କାରବାର, ଏଥିଲାଗି ଘରପିଛା ମାସିକ ୫ଶହ ଟଙ୍କା ଭଡା ନିଆଯାଇ କାମ ଚାଲିଛି ବୋଲି ବାରମ୍ବାର ଅଭିଯୋଗ ହେବା ସତ୍ବେ ଜିଲ୍ଲା ପୁଲିସ ଓ ଆରଏସପି କର୍ତୁପକ୍ଷ ନୀରବ ଥିବା ବେଳେ ରାଜ୍ୟ ଏସଟିଏଫର ମୁଖ୍ୟ ଜୟନାରାୟଣ ପଙ୍କଜ ନିର୍ଦ୍ଧେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ ରାଉରକେଲା ସେକ୍ଟର ୧୭ ଅଂଚଳରେ ଚଢଉ କରିଥିଲା। ଚଢଉ ବେଳେ ସେଠାରୁ ବିପୁଳ ପରିମାଣର ନକଲି ଟଙ୍କା ଓ ଏହାର ଛପା ଲାଗି ଆବଶ୍ୟକୀୟ ସାମଗ୍ରୀ ଜବତ କରି ଜଣକୁ ଗିରଫ କରାଯାଇଛି ।
ଏହି ନକଲି ଟଙ୍କା କାରବାର ନେଇ ପୂର୍ବରୁ ଏସଟିଫ ବିଭିନ୍ନ ସ୍ଥାନରେ ଚଢଉ କରିଥିବା ବେଳେ ଏହାର ଚେର ରାଉରକେଲାକୁ ଲମ୍ବିଛି। ଏହା ସେକ୍ଟର -୧୫ ଥାନା ଅଂଚଳରେ ଥିବା ସେକ୍ଟର-୧୭ ଘର ନମ୍ବର ସି-୨୩୧ରେ ଚାଲିଛି ବୋଲି ଜାଣିବା ପରେ ଗତକାଲି ଏସଟିଏଫ ଏହି ଘର ଉପରେ ଚଢଉ କରିଥିଲା । ଚଢଉ ବେଳେ ସେଠାରେ ଥିବା ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ, କଲର ପ୍ରିଟଂର, ଲାପଟପ, ଚାର୍ଜର ଆଦି ଜବତ କରିବା ସହ ଏହି ମାମଲାରେ ସେକ ଅହମଦ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି। ତାର ଘର ଦିଲ୍ଲୀ ଅଂଚଳରେ । ଏଠାରେ ଉଲ୍ଲେଖଯୋଗ୍ୟ, ଜୁଲାଇ ମାସରେ ଏସଟିଏଫ ୨୯ ଲକ୍ଷ ୪୧ ହଜାର ନକଲି ଟଙ୍କା ଜବତ କରି ୪ ଜଣଙ୍କୁ ଗିରଫ କରି ମାମଲାରେ ଅଧିକ ତଦନ୍ତ କରୁଥିଲା । ଏହି ଘଟଣାକୁ ନେଇ ୧୫ ନମ୍ବର ଥାନାରେ ଏକ ମାମଲା ନମ୍ବର ୭୫ ରୁଜୁ ହେବା ସହ ଅଭିଯୁକ୍ତକୁ ଅଧିକ ପଚରା ଉଚରା ଚାଲିଛି ବୋଲି ଏସଟିଏଫ ପକ୍ଷରୁ ଜାରୀ ଏକ ପ୍ରେସ ବିବୃତିରେ କୁହାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ରାଉରକେଲା ଇସ୍ପାତ କାରଖାନାର ଖାଲି ଥିବା ବିଭିନ୍ନ ଘରେ ଅସାମାଜିକ ତତ୍ଵ ମାନେ ମାସିକିଆ ୫୦୦ ଟଙ୍କା ଭଡାରେ ରହି ନାନା ପ୍ରକାର ବେଆଇନ କାରବାର ସାଙ୍ଗକୁ ନକଲି ନୋଟ କାରବାର, ରାଜ୍ୟ ବାହାରର ଅସାମାଜିକ ମାନଙ୍କୁ ଆଶ୍ରୟ ଦେବା ଭଳି କାମ ଦିର୍ଘ ଦିନରୁ ଚାଲିଥିବା ନେଇ ଲୋକ ଲୋଚନରେ ଆଲୋଚନା ହୋଇ ଆସୁଛି, କିନ୍ତୁ ଏନେଇ ସଂପୃକ୍ତ ଥାନା, ଖୋଦ ପୁଲିସ ମୁଖିଆ ନୀରବ ଥିବା ବେଳେ ପୁଲିସ ଇଁଟେଲିଜେନ୍ସି ମଧ୍ୟ ଫେଲ ମାରିଛି । ସେପଟେ ଏନେଇ ଆରଏସପିର ସହର ପ୍ରଶାସନ ବିଭାଗ ବାବୁ ମାନେ ବେଶ ଦୁଇପାଇସା ରୋଜଗାର କରି ଏଭଳି ଅସାମାଜିକ କାରବାରକୁ ମଧ୍ୟ ପ୍ରଶୟ ଦେଉଥିଲେ ମଧ୍ୟ ଆରଏସପି ମୁଖ୍ୟ କିଛି ଜାଣି ପାରୁନାହାନ୍ତି । ଯେଉଁଥିଲାଗି କଟକରୁ ଏସଟିଏଫ ଆସି ଚଢଉ କରୁଛି ଆଉ ଅପରାଧୀଙ୍କ ବେଆଇନ କାରବାର ଧରା ପଡୁଛି । ରାଉରକେଲା ପୁଲିସର ଥାନା ସ୍ତରୀୟ ଇଁଟେଲିଜେନ୍ସି କାମ କରୁନାହିଁ ତାହାର ଅନେକ ଉଦାହରଣ ରହିଛି। ଦିର୍ଘ ଦିନ ତଳେ ଆତଙ୍କବାଦୀ ଆସି ପ୍ଳାନ୍ଟ ସାଇଡ ଥାନା ଇଲାକାରେ ନିଜର ଅପରେସନ ଚଳାଇଥିଲେ, କିନ୍ତୁ ଥାନାବାଲା କିଛି ଜାଣି ପାରିଲେ ନାହିଁ, ବାହାର ରାଜ୍ୟ ପୁଲିସି ଆସି ସେମାନଙ୍କୁ ଧରିଥିଲା । ତେବେ ଏହି ମାମଲାରେ ନକଲି ଟଙ୍କାକୁ କେଉଁ ଅଂଚଳରେ କେଉଁମାନଙ୍କ ମାଧ୍ୟମରେ ବଜାରକୁ ଛଡାଯାଉଥିଲା ସେଥିରେ ଆଉ କେଉଁମାନେ ସହଯୋଗ କରୁଥିଲେ ତାହାର ତଦନ୍ତ କରାଯାଇ ସେମାନଙ୍କୁ ଖୁବ ଶିଘ୍ର ଧରାଜିବ ବୋଲି ଏସଟିଏଫ ଏସପି କେ.କେ. ପାଣିଗ୍ରାହୀ କହିଛନ୍ତି ।