ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ବ୍ୟାପୁଛି । ଆଉ ବଢୁଛି ମୃତକଙ୍କ ସଂଖ୍ୟା । ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏହି ଅଜଣା ରୋଗରେ ଆଜି ଆଉ ଜଣକର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ହଳଦୀକୁଣ୍ଡ ଗାଁର ଆଇତା ମାଡି । ଗୁଣିଗାରେଡି ଉପରେ ଭରସା କରି ଆଇତାଙ୍କୁ ମେଡିିକାଲ ନିଆଯାଇନଥିଲା । ଗୋଡ ହାତ ଫୁଲିବା ସହ ଜ୍ଵରରେ ଆକ୍ରାନ୍ତ ହୋଇ ତାଙ୍କର ଜୀବନ ଯାଇଛି । ଅନ୍ୟପଟେ ଗାଁରେ ପହଞ୍ଚିଛି ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଟିମ୍ । ଲୋକେ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବାକୁ ରାଜି ହେଉନଥିବାରୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଗତକାଲି ଏହି ଘଟଣାରେ ଜଣେ କ୍ଵାକକୁ ଗିରଫ କରାଯାଇଛି । ଲୋକେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ଡାକ୍ତରଙ୍କ ସେବା ନେବାକୁ ମନା କରୁଥିବା ଦେଖିବାକୁ ମିଳିଛି । ମାଥିଲି ବ୍ଳକରେ ଗତ ୧୦ ଦିନ ହେବ ଅଜଣା ରୋଗର ଆତଙ୍କ ଦେଖିବାକୁ ମିଳିଛି । ଲୋକଙ୍କ ଗୋଡହାତ ଫୁଲିବା ସହ ପେଟ ଫୁଲି ମୃତ୍ୟୁବରଣ କରୁଛନ୍ତି ।
ଗତ ମାସରେ ମାଲକାନଗିରି ଜିଲ୍ଲା କାଲିମେଳାରେ ଅଜଣା ରୋଗରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମାଥିଲି ଅଞ୍ଚଳରେ ଏହି ଅଜଣା ରୋଗ ଦେଖିବାକୁ ମିଳିଛି ।