ଭୁବନେଶ୍ୱର, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଂଚିବା ପରେ କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି ୨ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ନିଶିଥ ପ୍ରାମାଣିକ କେନ୍ଦ୍ରାପଡ଼ା ଅଭିମୁଖେ ଯାଇଛନ୍ତି । ସେଠାରେ ଉଭୟ କେନ୍ଦ୍ରମନ୍ତ୍ରୀ ଦଳୀୟ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନହିତକର ଯୋଜନାର କିଭଳି ରୂପାୟନ ହେଉଛି, ହିତାଧିକାରୀମାନଙ୍କ ପାଖରେ ଯୋଜନା ପହଂଚିଛି କି ନାହିଁ, ତୃଣମୂଳ ସ୍ତରରେ ସ୍ଥିତି କିପରି ରହିଛି ତାହା ଅନୁଧ୍ୟାନ କରିବେ । ଏବଂ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ । ଏହାଛଡ଼ା ଦଳର ସାଙ୍ଗଠନିକ ସ୍ଥିତି ଉପରେ ଅନୁଧ୍ୟାନ କରାଯିବ ବୋଲି ନିଶିଥ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ, ନିତ୍ୟାନନ୍ଦ ରାୟ ଓ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ସମେତ ୫ ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିଲେ ।