ଭୁବନେଶ୍ୱର, ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିଛନ୍ତି ।ଏହାସହ ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି । ଏଥିସହ କଳିଙ୍ଗ ଷ୍ଟାଡିୟମରେ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ ଆସନ୍ତା ଅକ୍ଟୋବର ୧୧ରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ ଆରମ୍ଭ ହେବ । ଫିଫା ଅଣ୍ଡର ୧୭ ବିଶ୍ୱକପ୍ ମ୍ୟାଚ୍ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ । ଏଥିପାଇଁ ଖୁବଶୀଘ୍ର ଟିକେଟ୍ ବିକ୍ରି ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ୧୧ ତାରିଖରେ ଭାରତ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।୧୪ ତାରିଖରେ ଭାରତ ବନାମ ମୋରୋକୋ ମ୍ୟାଚ ଖେଳାଯିବ । ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଏଠାରେ ଖେଳାଯିବ ।
ନବୀନଙ୍କ ସହ ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ନିର୍ଦ୍ଦେଶଖ ଭିନିଲ କ୍ରିଷ୍ଣା ଯୋଗ ଦେଇଥିଲେ ।