ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ରେ ସର୍ବାଧିକ ୧୧୭.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଗଜପତି ଜିଲ୍ଲା ଗୋସାଣିରେ ୧୦୨.୦ ମି.ମି., ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୮୬.୪, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୭୧.୨, ଗଜପତି ଜିଲ୍ଲା ଆର.ଉଦୟଗିରିରେ ୬୩.୦, ମାଲକାନଗିରି ଜିଲ୍ଲା ପଡ଼ିଆରେ ୬୩.୦, ଗଜପତି ଜିଲ୍ଲା ମୋହନାରେ ୬୦.୪, ଗଞ୍ଜାମ ଜିଲ୍ଲା ଧରାକୋଟରେ ୫୬.୦, କୋରାପୁଟ ଜିଲ୍ଲା କୋଟପାଡ଼ରେ ୫୪.୦ ଏବଂ କନ୍ଧମାଳ ଜିଲ୍ଲା ଚକାପାଦରେ ୫୧.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ତାଳଚେର ଏବଂ ସୋନପୁରରେ ୩୪.୮ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।