କନ୍ଧମାଳ, ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ସତ କିନ୍ତୁ କାମରେ ଆସୁନି। ନିର୍ମାଣ ପରଠୁ ତାଲା ଝୁଲୁଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡେଜୁ ପଞ୍ଚାୟତ ଅନ୍ତର୍ଗତ ସୁଡେଜୁ ଗ୍ରାମରେ ସ୍ଵଚ୍ଛ ଭାରତ ଯୋଜନାରେ ନିର୍ମିତ ସର୍ବସାଧାରଣ ପାଇଖାନା ବା ଗୋଷ୍ଠୀ ଶୌଚାଳୟ ଏଭଳି ଅବସ୍ଥାରେ ରହିଛି। ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ। ଆଜକୁ ପ୍ରାୟ ୧ ବର୍ଷ ପୂର୍ବେ ନିର୍ମିତ ଶୌଚାଳୟ ତାଲା ପଡ଼ିଛି। କୁହାଯାଉଛି ଶୌଚାଳୟକୁ ପାଣି ସୁବିଧା ହୋଇଥିଲେ ମଧ୍ୟ ଟାଙ୍କିକୁ ପାଣି ଆସୁନାହିଁ ଯାହା ଫଳରେ ସର୍ବସାଧାରଣରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏ ନେଇ କାର୍ଯ୍ୟାଳୟରେ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିପାଇଁ ଗ୍ରାମର ଲୋକଙ୍କ ମଧ୍ୟରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକାରୀ ହୋଇ ପାରୁନାହିଁ ଏବଂ ଲୋକମାନେ ଶୌଚାଳୟ ବଦଳରେ ମୁକ୍ତ ଆକାଶ ତଳେ ଶୌଚ ହେଉଛନ୍ତି ।
ଗ୍ରାମର କିଛି ବୁଦ୍ଧିଜିବୀଙ୍କ କହିବା ଅନୁଯାୟୀ, ଶୌଚାଳୟକୁ ଚବିଶ ଘଣ୍ଟା ପାଣି ସଂଯୋଗ ହୋଇପାରିଲେ ଏହା କାର୍ଯ୍ୟକ୍ଷମ ହେବ, ଲୋକଙ୍କ ବ୍ୟବହାରରେ ଆସିବା ସହ ସ୍ଵଚ୍ଛ ଭାରତର ସଫଳ ରୂପାୟନ ହୋଇପାରିବ। ଏଥିପ୍ରତି ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ଦ୍ରୁଷ୍ଟି ଦେଇ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଧାରଣରେ ଦାବୀ ହେଉଛି। କେବଳ ଏହି ଗୋଟିଏ ଗୋଷ୍ଠୀ ଶୌଚାଳୟର ଯେ ଏଭଳି ଅବସ୍ଥା ତା ନୁହଁ ଜିଲାର ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ଏଭଳି ଅନେକ ରହିଛି।