
ଜୟପୁର,ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ବିଦ୍ୟାଳୟ ରୂପାନ୍ତିକରଣ ଉପରେ ଅଭିଭାବକମାନଙ୍କୁ ସଚେତନ କରିବା ନିମନ୍ତେ ଏକ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଓଁପ୍ରକାଶ ମିଶ୍ର, ଦିଲୀପ କୁମାର ପଣ୍ଡା, ପ୍ରକାଶ ଚନ୍ଦ୍ର ପଟନାୟକ, ପ୍ରଭାତ କୁମାର ରଥ, ଯଜ୍ଞେଶ୍ବର ପଣ୍ଡା, ବିଶ୍ଵ ରଞ୍ଜନ ଗୌଡ଼, ଶିକ୍ଷୟିତ୍ରୀ ଏନ.ପଦ୍ମାବତୀ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଉମାକାନ୍ତି ବାଇପାଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ସଂଯୁକ୍ତା ରାଉତ ଯୋଗଦାନ କରି ୫-ଟି ଯୋଜନାର ଲକ୍ଷ୍ୟ ଉଦ୍ଦେଶ୍ୟ, ଏହି ଯୋଜନାରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ, ଗୁଣାତ୍ମକ ଶିକ୍ଷାଦାନ ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଅଭିଭାବକମାନଙ୍କର ସମ୍ପୃକ୍ତି ଉପରେ ଆଲୋକପାତ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ରଶ୍ମିତା ନାହାକ ଧନ୍ୟବାଦ ଅର୍ପଣ କରିଥିଲେ।