
ଜୟପୁର, ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର କନିଷ୍ଠ ରେଡ଼କ୍ରସ ଶାଖା ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଉମାକାନ୍ତି ବାଇପାଇ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ସଂଯୁକ୍ତା ରାଉତ, ରେଡ଼କ୍ରସ ପରାମର୍ଶଦାତା ତଥା ପ୍ରାଥମିକ ଚିକିତ୍ସା ସହାୟକ ଯଜ୍ଞେଶ୍ବର ପଣ୍ଡା, ପ୍ରାଥମିକ ଚିକିତ୍ସା ସହାୟକ ମହମ୍ମଦ ସାରିଫ ଯୋଗଦାନ କରି ପ୍ରାଥମିକ ଚିକିତ୍ସାର ଉପଯୋଗିତା, ବିଭିନ୍ନ ପ୍ରକାର ପ୍ରାଥମିକ ଚିକିତ୍ସା ଓ ତାହାର ଉପଚାର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ଶ୍ରୀ ପଣ୍ଡା ବିଭିନ୍ନ ପ୍ରକାର ପ୍ରାଥମିକ ଉପଚାରର କୌଶଳ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଆଗରେ ପ୍ରଦର୍ଶନ କରାଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହି ପ୍ରାଥମିକ ଉପଚାର କୌଶଳ ଶିକ୍ଷା ଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।