
ବିକାଶ ନାମରେ ବିନାଶ କରୁଥିବା ୨ ସରକାର ନା ଶିକ୍ଷାରେ ସଂସ୍କାର ନା ଯୁବପିଢ଼ି ଙ୍କ ଭବିଷ୍ୟତର ଚିନ୍ତା | ନିର୍ବାଚନ ଆସିଲେ ଯୁବପିଢ଼ିଙ୍କୁ ସନ୍ତୁଷ୍ଟି କରିବା ପାଇଁ ନିଯୁକ୍ତି ଦେବାର ବଡ ଘୋଷଣା ହେଲେ ଆଜିକି ୨୫ବର୍ଷର ବିଜେଡି ସରକାର ସାଙ୍ଗକୁ ୨ ଥର ନିର୍ବାଚନ ଜିତି ସରକାର ଗଢ଼ିଥିବା କେନ୍ଦ୍ର ବିଜେପି ସରକାର ସମସ୍ତ ସରକାରୀ ସଂସ୍ଥାକୁ ବେସରକାରୀ ହାତକୁ ଟେକିଦେବା ଏବଂ ସରକାରୀ ନିଯୁକ୍ତି ବନ୍ଦ କରି ଯୁବପିଢ଼ି ଙ୍କ ଭବିଷ୍ୟତ ସହ ଖେଳିବା ଓ ସ୍ଥାୟୀ ନିଯୁକ୍ତି ଉପରେ ରୋକ ଲଗେଇବାକୁ ଯାଉଛନ୍ତି ମୋଦି ସରକାର | କେତେବେଳେ କୃଷକ ମାନଙ୍କ ଉପରେ କଳା କୃଷି ଆଇନ ଲାଗୁ କରୁଛନ୍ତି ତ କେତେବେଳେ ଯୁବପିଢ଼ିଙ୍କୁ ଗୋଲା ଦେଇ “ଅଗ୍ନିବୀର” ନାମରେ ଦେଶର ଅସ୍ଥାୟୀ ସୈନିକ ନିଯୁକ୍ତି ଯୋଜନା କରି ଦେଶକୁ ଅଶାନ୍ତ କରିଥିଲେ ମୋଦି ସରକାର | ଜାତିବାଦ କୁ ନେଇ ବିଜେପି ଓ ଏଭି.ବି.ପି ଭାରତର ବିଭିନ୍ନ ବିଶ୍ୱ ବିଦ୍ୟଳୟରେ ଅପ୍ରିୟ ସ୍ଥିତି କରି ଛାତ୍ର ଅସନ୍ତୁଷ୍ଟ ଏବଂ ଦଙ୍ଗା ସୃଷ୍ଟି କରୁଛନ୍ତି | ଦେଶର ବିଭିନ୍ନ ଅଞ୍ଚଳରେ ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଲକ୍ଷ ଲକ୍ଷ ନିଯୁକ୍ତି ଖାଲି ପଡିଛି ଶିକ୍ଷା କ୍ଷେତ୍ରରେ ସମଗ୍ର ଭାରତ ପଛରେ ରହିଯାଉଛି | ଦେଶରେ ଅପରାଧ ଓ ବଳାତ୍କାରରେ ଭାରତ ପ୍ରଥମ ହେଉଛି ବଲାତ୍କାରୀଙ୍କୁ ସୁରକ୍ଷା ଆମ ଓଡିଶା ଓ ଭାରତର ୨ଟି ସରକାର ରାଜ୍ୟ ଓ କେନ୍ଦ୍ର ଯୋଗାଇ ଦେଉଛନ୍ତି | ଆଜି ଛାତ୍ରୀ ଟିଏ ଘରୁ ପାଦ କାଢ଼ିଲେ ପରିବାର ଲୋକ ଚିନ୍ତାରେ କେମିତି ଭଲରେ ଫେରିବ ଝିଅ-ବୋହୁ ବା ଭାରତର ମହିଳା | ଆଜି ବିକାଶ ନାମରେ ବିନାଶ କରୁଛନ୍ତି ଯୁବ ଓ ଛାତ୍ରଙ୍କ ଭବିଷ୍ୟତ ରାଜ୍ୟ ଓ କେନ୍ଦ୍ର ସରକାର | ଭାରତ କୁ ସ୍ୱାଧୀନତା ପ୍ରଦାନ ପାଇଁ ଗାନ୍ଧିଜୀ ଅନେକ ପଦକ୍ଷପ ନେବା ସହ ପଦଯାତ୍ରା କରିଥିଲେ ଫିରଙ୍ଗିଙ୍କୁ ଭାରତରୁ କାଢ଼ିବା ପାଇଁ | ଆଜି କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀ “ଭାରତ ଜୋଡୋ ଯାତ୍ରା” ଆରମ୍ଭ କରିଛନ୍ତି | ଭାରତକୁ ଭାଙ୍ଗିବାକୁ, ଅଶାନ୍ତ କରିବାକୁ ଓ ବିନାଶ କରିବାକୁ ଚିନ୍ତା କରୁଥିବା ଭାଇ ଭାଇର ସରକାର ବିଜେଡି ଓ ବିଜେପି ସରକାର ବିରୋଧରେ ଆଜି ପୁରୀ ବିଧାନସଭା ଛାତ୍ର କଂଗ୍ରେସ ସଭାପତି ଅଗସ୍ତିନ ଜୋସେଫ ଙ୍କ ନେତୃତ୍ୱରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହା ବିଦ୍ୟାଳୟ ସମ୍ମୁଖରେ “ଛାତ୍ର ଜୋଡୋ – ଭାରତ ଜୋଡୋ” ନାରାବାଜି ସହ ଛାତ୍ର ଛାତ୍ରୀଙ୍କ ହକ ପାଇଁ ଛାତ୍ର କଂଗ୍ରେସ ସଦାସର୍ବଦା ଲଢେଇ କରୁଛି ଏବଂ କରିବ ବୋଲି ପ୍ରତିଶୃତି ଵଧ ବୋଲି ପୁରୀ ବିଧାନସଭା ଛାତ୍ର କଂଗ୍ରେସ ସଭାପତି ଅଗସ୍ତିନ ଜୋସେଫ କହିଛନ୍ତି | ଏହି “ଛାତ୍ର ଜୋଡୋ ଭାରତ ଜୋଡୋ” କାର୍ଯ୍ୟକ୍ରମରେ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ଉପ-ସଭାପତି ରୀଶାନ ଦାଶ, ଜ଼ିଲ୍ଲା ସାଧାରଣ ସମ୍ପାଦକ ଆଲୋକ ପଲେଇ, ଜ଼ିଲ୍ଲା ମୁଖପାତ୍ର ଅର୍ପିତ ଦୀକ୍ଷିତ, ଜ଼ିଲ୍ଲା ସମ୍ପାଦକ ଜ୍ୟୋତି ପ୍ରକାଶ, ଜ଼ିଲ୍ଲା ସଂପାଦକ ଜଗଦୀଶ ରାଉତ, ସାହିଲ ମହାନ୍ତି, କ୍ରିଷ୍ଣା ଅଭିଷେକ ଜେନା, ମହେଶ କୁମାର ସାହୁ ଙ୍କ ସହ ଅନ୍ୟ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା |