କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କୋଭିଡ ମହାମାରୀ ପରେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଧାମକୁ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି। ତନ୍ମଧ୍ୟରୁ ଅଧିକାଂଶ ଭକ୍ତ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଜଗନ୍ନାଥ ବଲ୍ଲଭ ପାର୍କିଂରେ ନିଜ ନିଜର ଗାଡି ରଖିକରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛନ୍ତି। ଉକ୍ତ ପାର୍କିଂରେ ମାନନୀୟ ଜିଲ୍ଲାପାଳଙ୍କ ଦ୍ୱାରା ଦିଆ ଯାଇଥିବା ପରିମିଟରେ କିଛି ଟାଉନ ବସ୍ ଜଗନ୍ନାଥ ବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି। ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ଭକ୍ତ ମାନଙ୍କର ଉଭୟ ଯାତାୟାତ ପାଇଁ ସର୍ବନିମ୍ନ 5 ଟଙ୍କା ଆଦେଶ ଥିବା ବେଳେ 10 ରୁ 15 ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଯାହା ଫଳରେ ଭକ୍ତଟିଏ ପରିବାର ସହିତ ଏହି ଲୁଟର ଶିକାର ହେଉଛି। 10 ଟଙ୍କା ନଦେଲେ ଜବରଦସ୍ତି ମଧ୍ୟ କରାଯାଇ ଭକ୍ତଙ୍କୁ ମାଡ଼ ମାରିବା ବେଳେବେଳେ ନଜରକୁ ଆସିଛି। ପୁରୀକୁ ଆସୁଥିବା ଅତିଥିମାନେ ପରିବାର ସହିତ କିପରି ଲୁଟର ଶିକାର ହେବାରୁ ବଞ୍ଚିତ ହେବେ ଏହା ବିଷୟରେ ଏକ ଦାବିପତ୍ର ପ୍ରଦାନ କରି ମାନନୀୟ ଅକ୍ତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ସାହୁଙ୍କ ସହିତ ଅସୋସିସସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍- ଆଟାର ସଦସ୍ୟ ସଦସ୍ୟା ମାନେ ଆଲୋଚନା କରିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଟିମ ଆଟାର ସଭାପତି ବିସ୍ମୟ ମିଶ୍ର, ଦୀପକ ପ୍ରଧାନ,
ପାପେୟା ବାନାର୍ଜୀ, ଗୀତରାଣୀ ମିଶ୍ର, ଦେବାଶିଷ ମହାପାତ୍ର,ସଚ୍ଚିଦାନନ୍ଦ ବିଶୋଇ,ଆଦିତ୍ୟ ବାରିକ,କେ କୃପା ରାଓ,ଗୀତାଞ୍ଜଳି ଜେନା,ଟିଟିଲି ଦାସ,ବଳରାମ ନାୟକ,ମାନସ ରଥ,ନିରାକାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024