
ବଲାଙ୍ଗିର, ଟିଟିଲାଗଡ଼ ବନ ପରିଚାଳନା ୟୁନିଟ୍ ର ମାକ୍ରି ବନ ସୁରକ୍ଷା ସମିତିର ଜଣେ ବେରୋଜଗାର ୟୁବକ ନିଜର ୨ ଏକର ଗ୍ରାମୀଣ ପୋଖରିରେ ମାଛଚାଷ ଆରମ୍ଭ କଲେ ଆମ ଜଙ୍ଗଲ ଯୋଜନା ଓ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ। ସମ୍ପ୍ରସାରଣ ଅଧିକାରୀଙ୍କ ଦ୍ଵାରା ଅନୁଷ୍ଠିତ ତାଲିମ୍ ରେ ସେ ଭାଗ ନେଲେ ଓ ଚିନ୍ତା କଲେ ବର୍ଷା ରୁତୁରେ ଯେତେବେଳେ ପୋଖରିର ଜଳ ସ୍ତର ବୃଦ୍ଧି ହେବ ନିଜେ ମାଛ ଚାଷ କରିବାକୁ। ସେ ୧୦ କିଲୋ ରାହୁ, ମଂଗଲ, ସିଲଭର୍ କ୍ରାଫ୍ ବିହନ ଆଣିଲେ। ମସ୍ୟ ସମ୍ପ୍ରସାରଣ ଅଧିକାରୀଙ୍କ ବୈଷୟିକ ସହଯୋଗ ତତ୍ତ୍ଵାବଧାନରେ ନିଜର ଦୁଇ ଏକର ପରିମିତ ପୋଖରିରେ ଯାଆଁଳା ଛାଡିଲେ ଚାଷ ପାଇଁ। ସେ ବର୍ତ୍ତମାନ ବହୁତ ଖୁସି ଓ ସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କର ଆରମ୍ଭକୁ ନେଇ ଖୁବ୍ ଶୀଘ୍ର ଏଥିରୁ ସେ ଭଲ ଲାଭର ଆଶା ରଖୁଥିବା ଆୟର ପନ୍ଥା ପାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି।