
ଘଟଗାଁ,କେନ୍ଦୁଝର ଜିଲ୍ଲାର ଏପରି ଏକ ସ୍ପଷ୍ଟ ବ୍ୟକ୍ତିତ୍ଵ ସମାଜସେବୀ ତଥା ରେଡକ୍ରସ ମ୍ୟାନ ଏ.ଆର. ଖାନ । ଯାହାଙ୍କର ପ୍ରତିଟି ମୂହୁର୍ତ୍ତ ବାରି ହୋଇପଡେ ସହାୟତା କରିବାର ବିଶ୍ବାସ, ବାପାଙ୍କ ଠାରୁ ପ୍ରେରଣା ପାଇ ମାନବୀୟ ସହାୟତାର ଏକ ଅନନ୍ୟ କର୍ମ ସାଜି ଯାଇଛନ୍ତି ପିଲାଟି ବେଳୁ । ଏଥିପାଇଁ ନିୟମିତ ନିଜେ ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ଆଶଙ୍କା ମଧ୍ୟରେ ରହୁଥିବା ଅନେକ ଲୋକଙ୍କ ମୁହଁରେ ଜୀବନର ପରିଭାଷା ସୃଷ୍ଟି କରି ଚାଲିଛନ୍ତି । ଜିଲ୍ଲାର ପୁରାତନ ରକ୍ତ ଭଣ୍ଡାରକୁ ଆଧୁନିକତାର ସ୍ପର୍ଶ ଦେବାରେ ତାଙ୍କର ଅବଦାନ ନିଶ୍ଚିତ ସ୍ମରଣୀୟ । କେନ୍ଦୁଝର ଜିଲ୍ଲା ରେଡକ୍ରସ ଅର୍ଧଶତାବ୍ଦୀ ଇତିହାସରେ ସେ ଜଣେ ଜାଜୁଲ୍ୱମାନ ପ୍ରେରଣା ହୋଇପାରିଛନ୍ତି । ଜାତୀୟ ସ୍ତରର ବିପର୍ଯ୍ୟୟ ପରିଚାଳନା ପ୍ରାଥମିକ ଚିକିତ୍ସାର ମାଷ୍ଟର ଟ୍ରେନର ଭାବରେ କେବଳ ଜିଲ୍ଲା କାହିଁକି ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ନିଜର ସ୍ଵତନ୍ତ୍ରର ଛାପ ସୃଷ୍ଟି କରିଛନ୍ତି । ଅସହାୟଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜେ ଓ ନିଜ ସାଥୀମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ପରୋକ୍ଷରେ କାର୍ଯ୍ୟ ଜାରି ରଖିଛନ୍ତି । ପୀଡିତ ଅସହାୟ ମାନଙ୍କୁ ଆପଦ ବିପଦରେ ସହାୟତା ଯୋଗାଇ ଦେବା ନୂତନ ପିଢ଼ିଙ୍କୁ ଫାଷ୍ଟ ଏଡ, ଜଳବାୟୁ ପରିବର୍ତ୍ତନ, ଡିଜାଷ୍ଟର ରିକ୍ସମେନଜମେଣ୍ଟ, ସାଇକୋସୋସିଆଲ୍ ସପୋର୍ଟ, ହେଲଥକେୟାର୍, ୱାଟର ମେନେଜମେଣ୍ଟ୍, ଇଣ୍ଟରନେସନାଲ୍ ହିୟୁମେନଟାରିୟାନଲ୍, ଗ୍ରୀନ ହାଉସ ପ୍ରଭାବ, ଭଲ୍ୟୁଣ୍ଟାରୀ ଜିମ୍ ସଂପର୍କରେ ସଚେତନତା ସୃଷ୍ଟି ସହ ନିୟମିତ ତାଲିମ ପ୍ରଦାନ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ଅବଦାନ ରଖି ଚାଲିଛନ୍ତି । ସରକାର ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମୟର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସମୟରେ ସେବା ଓ ସଚେତନତା କାର୍ଯ୍ୟକ୍ରମ, ରିଲିଫ ଯୋଗାଣ, ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଶିବିର କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି । ବିନା କିଛି ପ୍ରାପ୍ତି ଆଶାରେ ଆଗେଇ ଚାଲିଥିବା ଏହି ବ୍ୟକ୍ତିତ୍ଵଙ୍କୁ ରାଜ୍ୟ ରେଡକ୍ରସ ଜିଲ୍ଲା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ସମାଜସେବା ୨୦୧୮ ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସହାୟଙ୍କୁ ସହାୟତା ସମୟରେ ସେ ଦେଖନ୍ତି ନାହିଁ ଜଣା, ଅଜଣା, ଧନୁର୍ବାଣ, ଉଚ୍ଚନୀଚ୍ଚ କାର୍ଯ୍ୟ ସୀମା ବ୍ୟାପକ ରକ୍ତଦାନ, ରୋଗୀସେବା, ବିପନ୍ନଙ୍କୁ ସହାୟତା, ବୃକ୍ଷରୋପଣ, ମନସ୍ବାତ୍ଵିକ ସହାୟତା, ଅନୁଦାନ, ତାଲିମ ପ୍ରଦାନ କରାଯାଇଥିବା ସହିତ ତାଲିମ ପ୍ରଦାନ କରାଯାଇଥିବା ସହିତ ସର୍ବୋପରି ଏକ ଏଚଆଇଭିଗ୍ରସ୍ତ ପରିବାରକୁ ସମସ୍ତ ସହାୟତା କରି ସମାଜରେ ବଞ୍ଚି ରହିବାର ରାହା ଦେଖାଇ ପାରିଛନ୍ତି । ନିଜେ ନିଷ୍କପଟ ସରଳ ଜୀବନଯାପନ କରି ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚିପାରିବାର ଦକ୍ଷତା ରଖିଛନ୍ତି।