-
: ବିଜେପି ପକ୍ଷରୁ ଧାରଣା
ଗଞ୍ଜାମ, ବ୍ରହ୍ମପୁର ଏମକେସିଜି ମେଡିକାଲ ୱାର୍ଡ଼ରେ ବାରମ୍ବାର ଛାତରୁ ସିଲିଂ ଖସିବା ଘଟଣାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ମେଡିକାଲ ସମ୍ମୁଖରେ ଧାରଣା ଦିଆଯାଇଛି । ତୁରନ୍ତ ଏହାର ସ୍ଥାୟୀ ସମାଧାନ ସହ କୋଠା ନିର୍ମାଣରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବି ହୋଇଛି ।
ଜିଲ୍ଲା ବିଜେପି ଉପସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ଵରେ ତାଙ୍କ ସହଯୋଗୀ ଶିବ ନାୟକ, କିରଣ ସାହୁ, ସୁମିତ ପାତ୍ର ଓ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏହି ଧାରଣାରେ ସାମିଲ୍ ହୋଇଥିଲେ ।