ଭୁବନେଶ୍ଵର, ମୌସୁମୀ ନିମ୍ନ-ଚାପ ରେଖା ନିଜର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣ ରହିବା ସହ ଆଜି ରାଜସ୍ଥାନର ଜସେଲମେରରୁ ବାହାରି ଉଦୟପୁର, ଜଲଗାଓଁ, ରାମଗୁଣ୍ଡମ ଠାରୁ, ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଯାଏଁ ଲମ୍ବିଛି ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଜି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆଗାମୀ ୩୬ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତର-ପଶ୍ଚିମ ବଙ୍ଗୋପସାଗର ତଥା ଉତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୁଳ ସମୁଦ୍ରରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୧୦ ତାରିଖରେ ୧୧ ଜିଲ୍ଲା, ୧୧ ତାରିଖରେ ୧୦ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।