
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସର୍ବାଧିକ ୯୪.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା ପଟାଙ୍ଗିରେ ୭୨.୦, ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ୭୦.୬, ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ୫୯.୪, ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୫୮.୫, କୋରାପୁଟ ଜିଲ୍ଲାର ନନ୍ଦପୁରରେ ୫୭.୦, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ୫୬.୨, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ରେ ୪୯.୦, ଗଜପତି ଜିଲ୍ଲା ଆର. ଉଦୟଗିରିରେ ୪୮.୩ ଏବଂ କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୪୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୬.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।