ଗଞ୍ଜାମ,ପୁଣି ଥରେ ଆଜି ସକାଳେ ବ୍ରହ୍ମପୁର ଏମକେସିଜି ମେଡିକାଲ ୱାର୍ଡ଼ରେ ଛାତରୁ ଖସିଛି ସିଲିଂ । ସୁପର ସ୍ପେଶାଲିଷ୍ଟ ବ୍ଲକର ତୃତୀୟ ମହଲାରେ ଥିବା ଏଣ୍ଡ୍ରୋକାଇନଲୋଜି ବିଭାଗରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଗତକାଲି ସୁପର ସ୍ପେଶାଲିଷ୍ଟ ବ୍ଲକର ପଂଚମ ମହଲାରେ ଛାତରୁ ସିଲିଂ ଖସିଥିଲା । ତେବେ ବାରମ୍ବାର ଏଭଳି ଘଟଣାକୁ ନେଇ ଭୟଭିତ ହୋଇପଡିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ ।