ରାଉରକେଲା,୧୦ ବର୍ଷ ତଳେ ନିଜର ସ୍ଵପ୍ନର ଘର ଖଣ୍ଡେ ଲାଗି ଖୋର୍ଦ୍ଧା ଅଂଚଳରେ ଯାଗା ଖଣ୍ଡେ ଲାଗି ୭ ଲକ୍ଷ ୩୦ ହଜାର ଦେଇ ମନ ପସନ୍ଦର ଯାଗା ନପାଇବାରୁ ଟଙ୍କା ଫେରସ୍ତ ଲାଗି ବିଲ୍ଡରଙ୍କ ଠାରୁ ନ୍ୟାୟଳୟ ଯାଏ ଦଉଡି ଦଉଡି ନୟାନ୍ତ ହୋଇଥିବା ଜଣେ ବରିଷ୍ଠ ନାଗରୀକ କୋର୍ଟଙ୍କ ଆଦେଶ ସତ୍ବେ ପୁଲିସିର ଅସହଯୋଗ ଦେଖି ଶେଷରେ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ନିଷ୍ପତି ନେଇଛନ୍ତି। ସେ ହେଉଛନ୍ତି ଛେଣ୍ଡ କଲୋନୀ ବାସିନ୍ଧା ଓ ଆରଏସପିର ଅବସରପ୍ରାପ୍ତ କର୍ମଚାରୀ ଅର୍ଜୁନ ଚନ୍ଦ୍ର ସାହୁ । ଆଜି ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ୨୦୦୯ରେ ଗଣପତି ଇଷ୍ଟକନ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା ଯାହାର ଅଫିସ ସହିଦନଗର ଭୁବନେଶ୍ଵର ଠାରେ ରହିଛି ଓ ତାର ପରିଚାଳନା ନିର୍ଦେଶକ ଚିନ୍ମୟ କୁମାର ଦାସ ,ଏକ ବିଗ୍ୟାଂପନ ମାଧ୍ୟମରେ ଭୁବନେଶ୍ଵର ମଂଚନାଥ ବିହାର ଅଂଚଳରେ ୨ ହଜାର ସ୍କୋଆରଫିଟ ଯାଗା ଦେବାକୁ ପ୍ରଚାର କରିଥିଲେ । ସେହି ବିଗ୍ୟାଂପନକୁ ଆଧାର କରି ଅର୍ଜୁନ ତାଙ୍କ ପୁଅଙ୍କ ନାମରେ ଆବେଦନ କରି ଯାଗା ଦେଖିଥିଲେ । ପରେ ୭ ଲକ୍ଷ ୩୦ ହଜାର ଟଙ୍କା ସେହି ଯାଗା ଲାଗି ଦେଇଥିଲେ । ତେବେ ଯାଗା ନେବା ବେଳକୁ ତାଙ୍କୁ ଅନ୍ୟ ଏକ ଯାଗା ଦିଆଜିବାରୁ ସେଥିରେ ସେ ଅମଂଗ ହୋଇ ନିଜ ଟଙ୍କା ଫେରାଇ ନେବାକୁ ଚାହିଁବାରୁ ବାଦ ବିବାଦ ପରେ ଏହି ବିଲ୍ଡର ସଂସ୍ଥା ଶ୍ରୀ ସାହୁଙ୍କୁ ୭ଲକ୍ଷ ୩୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ । ହେଲେ ସେହି ଚେକ ବାଉନ୍ସ କରିଗଲା,ହେଲେ ବାବୁ ଚିନ୍ମୟ ମଧ୍ୟ ଆଉ ଧରା ଛୁଆଁ ଦେଲେନି ।ପରେ ଶ୍ରୀ ସାହୁ ରାଉରକେଲାର ଏସଡିଜେଏମ କୋର୍ଟରେ ଦଫା ୧୩୮ଅନୁଯାୟୀ ଏକ ମାମଲା ୧୫୧/୨୦୧୨ରୁଜୁ କଲେ । ତାପରେ ଏମଡି ଶ୍ରୀ ଦାସ ଟଙ୍କା ଫେରାଇଦେବାକୁ କହି ନୀରବ ରହିଲେ । ମାନ୍ୟବର ଅଦାଲତଙ୍କ ପାଖରୁ ଏହାରି ଭିତରେ ବାଲିଅନ୍ତା ଥାନାକୁ ୯ଥର ୱାରେଂଟ ଗଲାଣି, ପୁଲିସି ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇ କହୁଛି ଆମେ ଶ୍ରୀ ଦାସଙ୍କୁ ପାଉନୁ ଆପଣ ମାନେ ଖୋଜି ଆଣନ୍ତୁ । ଏହିଭଳି ନାନା ଅସୁବିଧା ଭିତରେ ଶ୍ରୀ ସାହୁ ନିଜର ଓପନ ହାର୍ଟ ସର୍ଜରୀ ଓ କ୍ୟାନ୍ସର ରୋଗରେ ପିଡିତ ହେଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ୨୦୧୯ରୁ ନିଜର ଦୁଖ ଜଣାଇଥିଲେ ହେଲେ କୌଣସି ଉତର ଆସିଲାନି କିମ୍ବା ଶ୍ରୀ ସାହୁ ସୁଫଳ ପାଇଲେ ନାହିଁ । ରାଉରକେଲା ଇସ୍ପାତ କାରଖାନାରୁ ଅବସର ନେଇ ଡାକ୍ତରଖାନା ସୁବିଧା ଲାଗି ଶ୍ରୀ ସାହୁ ଭୁବନେଶ୍ଵରରେ ଘରଖଣ୍ଡେ କରିବାକୁ ଚାହିଁଥିଲେ, ହେଲେ ତାଙ୍କର ସ୍ଵପ୍ନ ସ୍ଵପ୍ନରେ ରହିଗଲା । ବରିଷ୍ଠ ନାଗରୀକ ହିସାବରେ ତାଙ୍କୁ ସରକାରଙ୍କର କୌଣସି ବିଭାଗରୁ ସହଯୋଗ ମିଳିଲା ନାହିଁ। ମାନ୍ୟବର ଅଦାଲତ ଅଭିଯୁକ୍ତକୁ ଗିରଫ ଲାଗି ୱାରେଂଟ ପାଠାଉଥିଲେ ମଧ୍ୟ ରାଜ୍ୟ ପୁଲିସି ବିଭାଗ ଅଧିନସ୍ଥ ବାଲିଅନ୍ତା ପୁଲିସି ଶୁଣିଲା ନାହିଁ, ତେଣୁ ଶ୍ରୀ ସାହୁ ଆଗାମୀ ବିଧାନସଭା ସମୟରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ସ୍ଥିର କରିଥିବା କହିଛନ୍ତି ।
Related Stories
November 22, 2024