
ଭୁବନେଶ୍ୱର, ଓଡିଶା ୟୁନିଭର୍ସିଟି ଅଫ୍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହି ନିଯୁକ୍ତି ଦେଇଛନ୍ତି । ଆଗାମି ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
ସୂଚନା ଅନୁଯାୟୀ ପ୍ରଫେସର ରାଉଳ ବର୍ତମାନ ଆପିକଲର ମ୍ୟାନେଜିଂ ଡାରେକ୍ଟର ଭାବେ କାର୍ଯ୍ୟରତ । ତାଙ୍କ ନିକଟରେ ୨୯ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି । ସେ ୨୪ ଟି ବହି ଲେଖିଥିବା ବେଳେ ତାଙ୍କ ଅଧୀନରେ ୯ ଜଣ ପିଏଚଡି କରିଛନ୍ତି ।