
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଣମ ଅବସରରେ ସମସ୍ତ ଦେଶବାସୀଙ୍କୁ ବିଶେଷ ଭାବେ କେରଳ ଓ ସାରା ବିଶ୍ୱରେ ରହୁଥିବା ମାଲାୟାଲୟ ଲୋକ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ- ସମସ୍ତଙ୍କୁ ବିଶେଷ ଭାବରେ କେରଳ ଓ ସାରା ବିଶ୍ୱରେ ରହୁଥିବା ମାଲାୟାଲୟ ଲୋକ ମାନଙ୍କୁ ଓଣମର ଶୁଭକାମନା । ଏହି ପର୍ବ ପ୍ରକୃତି ମାତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ଓ ପରିଶ୍ରମୀ ଚାଷୀ ମାନଙ୍କ ଗୁରୁତ୍ୱକୁ ପ୍ରତିପାଦିତ କରିଥାଏ । ଓଣମ ଆମ ସମାଜରେ ସଦଭାବର ଭାବନାକୁ ଶକ୍ତିଶାଳୀ କରୁ ।