ମାଲକାନଗିରି, ମାଥିଲି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଦାୟିତ୍ବରେ ଥିବା ଶଶିଭୂଷଣ ମିଶ୍ରଙ୍କ ପତ୍ରାଙ୍କ ୩୮୯୦ ତା ୦୨/୦୯/୨୦୨୨ ପ୍ରକାରେ ଟେମୁରୁପାଲ୍ଲୀ ପଞ୍ଚାୟତ କଂସାରୀପୁଟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ପୁରୁଷୋତ୍ତମ ବେହେରାଙ୍କୁ ଗତ ୨ ସେପ୍ଟେମ୍ବରରେ ନିଲମ୍ବନ କରାଯାଇଛିି। ଏହି ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ପ୍ରାଥମିକ ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ଖାଦ୍ୟବ୍ୟବସ୍ଥା ସହ ୧୬୦ ରୁ ଉର୍ଦ୍ଧ ଡେସ୍କଲାର ଛାତ୍ରୀ ଛ୍ରାତ୍ରଙ୍କ ମଧ୍ୟାହ୍ନ ଭୋଜନ କଥା ବୁଝିବାକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କରିବାକୁ ନିଲମ୍ବିତ ଶିକ୍ଷକ ଶ୍ରୀ ବେହେରାଙ୍କୁ ନିବ୍ଦେର୍ଶ ଦିଆଯାଇଛି। ହେଲେ ମିଳିଥିବା ସୂଚନା ପ୍ରକାରେ ଏପର୍ଯ୍ୟନ୍ତ ଦାୟିତ୍ବ ହସ୍ତାନ୍ତର ହୋଇ ନାହିଁ। ପିଲା ମାନଙ୍କ ଅସୁବିଧାକୁ ଦୁଷ୍ଟିରେ ରଖି ନିଲମ୍ବିତ ଶିକ୍ଷକ ପୁରୁଷୋତ୍ତମ ବେହେରା ୪ ଦିନ ହେଲା ଅନଔପଚାରିକ ଭାବେ ପିଲା ମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ବୁଝୁଛନ୍ତି। ତାଙ୍କୁ ବିଦ୍ୟାଳୟ ଠାରୁ ୨୭ କି.ମି. ଦୂର ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଉପସ୍ତିତତା ଜଣାଇବାକୁ କୁହାଯାଇଛି। ଏପରି ଅବ୍ୟବସ୍ଥା ପାଇଁ ଦାୟି କିଏ ? ଛୋଟ ପିଲା ମାନଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖାନଯାଇ ପୂର୍ବରୁ କୌଣସି ପଦେକ୍ଷେପ ନ ନିଆଯିବା ପରିତାପର ବିଷୟ। ଗୋଷ୍ଠି ଶିକ୍ଷାଧିକାରୀ ଆଦେଶ କରିଦେଲେ ହେଲେ ବିଦ୍ୟାଳୟରେ ଥିବା ତିନି ଜଣ ଶିକ୍ଷା ସହାୟକଙ୍କ ମଧ୍ୟରୁ କେହି ବି ଆଜି ସୁଦ୍ଧା ଦାୟିତ୍ଵ ନେଇନାହାନ୍ତି। ଫଳରେ ଅନ୍ତେବାସୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଖାଦ୍ୟପେୟରେ ଯଦି କୌଣସି ଅସୁବିଧା ହୁଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କ ରେ ନିଲମ୍ବିତ ଶିକ୍ଷକ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ମୁଁ ନିଲମ୍ବନ ଆଦେଶ ପାଇବା ପରେ ଦାୟିତ୍ଵ ଦେବା ପାଇଁ ପ୍ରତିଦିନ ବିଦ୍ୟାଳୟକୁ ଯାଉଛି ହେଲେ କେହି ବି ଦାୟିତ୍ଵ ନେଉନାହାନ୍ତି।