ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ସର୍ବାଧିକ ୪୮.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲାର ପଡିଆରେ ୪୪.୩, କଟକ ଜିଲ୍ଲାର କଂଟାପଡାରେ ୩୮.୦, କେନ୍ଦ୍ରାପଡା ଜିଲ୍ଲାର ଆଳିରେ ୩୨.୦, ସମ୍ବଲପୁର ଜିଲ୍ଲାର ବାମରାରେ ୩୨.୦, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୨୮.୮, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରରେ ୨୮.୦, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁରରେ ୨୭.୮, ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ୨୬.୦, ଗଞ୍ଜାମ ଜିଲ୍ଲାର ଧରାକୋଟରେ ୨୫.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧରେ ୩୬.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୧.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।