କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ରେ ଯାତ୍ରୀ ପରିବହନ ଓ ଅଟୋ ଚାଳନା କ୍ଷେତ୍ରରେ ମାର୍ଗଦର୍ଶିକା ନଥିବା ଯୋଗୁଁ ପୋଲିସ ଜୁଲମ ର ଶିକାର ହେଉଛନ୍ତି ଅଟୋ ଡ୍ରାଇଭର ମାନେ | ବିନା କାରଣରେ ପୋଲିସ ଗାଡି ଭିଡି ନେଉଛି ତ କେତେବେଳେ ମାତ୍ରାଧିକ ଜୋରିମାନା ଆଦାୟ କରୁଛନ୍ତି |ମନ୍ଦିର ଚାରିପଟେ ଅଟୋ ରଖିବା ପାଇଁ ତଳିଆ କର୍ମଚାରୀ ଚାନ୍ଦା ନେଉଥିବା ବେଳେ କିଛି ଅଟୋ ଙ୍କୁ ଦୁରଦୂର ବାଡିଆ କରୁଛି ପୋଲିସ |ବଡଦାଣ୍ଡ ସଂକୁଚିତ ହେଲାବେଳେ ବସ କୁ ମରୀଚିକୋଟ ପର୍ଯ୍ୟନ୍ତ ଅନୁମତି ଦିଆ ଯାଉଛି ଅଥଚ ଅଟୋ କୁ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି | ସହର ର ବିଭିନ୍ନ ଛକରେ ଷ୍ଟାଣ୍ଡ ନାଁ ରେ ଲକ୍ଷ ଲକ୍ଷ ଆଦାୟ କରି କିଛି ମୁଷ୍ଟିମେୟ ଲୋକ ଲାଭରେ ଅଛନ୍ତି |ସହରର ବିଭିର୍ଣ୍ଣ ଛକ ରେ ଅଟୋ ରଖିବା ପାଇଁ ସ୍ଥାନ ନିରୂପଣ ହୋଇନାହିଁ |ରୋଗୀ ନେଇ ଯାଉଥିବା ଅଟୋ କୁ ଜୋରିମାନା ହେଉଥିବାରୁ ଏହାକୁ ବିରୋଧ କରି ଶ୍ରୀକ୍ଷେତ୍ର ଅଟୋ ଚାଳକ ୟୁନିଅନର ଅଟୋ ଚାଳକ ମାନଙ୍କ ପଟୁଆର ଗୁଣ୍ଡିଚା ମନ୍ଦିର ଠାରୁ ଏସ ପି ଅଫିସ ପର୍ଯ୍ୟନ୍ତ ଆସି ବିକ୍ଷୋଭ କରାଯାଇଛି| ୟୁନିଅନ ସଭାପତି ଶରତ କୁମାର ରାୟଗୁରୁ, ସମ୍ପାଦକ କୁପାସିନ୍ଧୁ ପଣ୍ଡା, ଜଗନାଥ ଦେଓ, ମନୋରଞ୍ଜନ ମହାରଣା, ରାଜ କିଶୋର ସାହୁ, ପୂର୍ଣ୍ଣ ମୁଦୁଲି, ରାଜଦୀପ କର୍ମକାର, ଯୁଧିଷ୍ଠିର ନାୟକ, ଚରଣ ସାହୁ, ରାଜେଶ ଜେନା, ଗୋବିନ୍ଦ ମାନ୍ନା, ନୃସିଂହ ସେଠି, ଟୁନା ନାୟକ, ରତନ କୁମାର ସାହୁ ପ୍ରମୁଖ ଅଟୋ ଚାଳନା ରେ ଷ୍ଟାଣ୍ଡ ନକରି ମୁକ୍ତାଞ୍ଚଳ ଘୋଷଣାସହ ମାର୍ଗ ଦର୍ଶିକା ଜାରି କରିବା, ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ପରିଚୟ ପତ୍ର ଦେବା, ପୋଲିସ ଜୁଲମ ବନ୍ଦ, ପାଇଁ ଦାବୀ ପତ୍ର ଦେଇ ଏସ ପି ଙ୍କ ସହ ଆଲୋଚନା କରିଥିଲେ | ଏସ ପି ଙ୍କ ନିର୍ଦ୍ଧେଶରେ ଟ୍ରାଫିକ ଆଇ ଆଇ ସି ଏବଂ ଡ଼ି ଏସପି ଙ୍କ ସହ ଅଟୋ ୟୁନିଅନ କର୍ମକର୍ତା ମାନଙ୍କୁ ନେଇ ଆଲୋଚନା ହୋଇଥିଲା | ଏଥିରେ ଦାବୀ ଗୁଡିକ ଆଗାମୀ ଦିନରେ ମୁନିସିପାଲିଟି, RTA ସହ ବୈଠକ ହୋଇ ନିଷ୍ପତି ନିଆଯିବ ବୋଲି ସଭାପତି ଶ୍ରୀ ରାୟଗୁରୁ ଗଣ ମାଧ୍ୟମ କୁ କହିଛନ୍ତି |
Related Stories
November 22, 2024