ଭୁବନେଶ୍ୱର,ବହୁଚର୍ଚ୍ଚିତ ମୟୂରଭଞ୍ଜ ଫାଦର ଅରୁଲ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟ ୩ ଅଭିଯୁକ୍ତଙ୍କ ଜାମିନ୍ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହ ଜାମିନରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଆସନ୍ତା ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୧୯୯୯ ମସିହା ସେପ୍ଟେମ୍ବର ମାସରେ ଫାଦର ଅରୁଲ ଦାସଙ୍କୁ ହତ୍ୟା କରାଯାଇଥିଲା । ୨୦୦୭ ମସିହାରେ ତଳକୋର୍ଟ ଦାରାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ । ଜାମିନରେ ଥିବା ଅନ୍ୟ ରାଜକିଶୋର ମହନ୍ତ, ଯଦୁନାଥ ମହନ୍ତ ଓ ଚେମା ହୋକୁ ଆସନ୍ତା ୨୩ ତାରିଖ ସୁଦ୍ଧା ତଳ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।