ନୂଆଦିଲ୍ଲୀ, କର୍ଣାଟକର ମନ୍ତ୍ରୀ ଉମେଶ କଟ୍ଟିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଉମେଶ କଟ୍ଟି ଜଣେ ଅଭିଜ୍ଞତା ସମ୍ପନ୍ନ ନେତା ଥିଲେ । ସେ କର୍ଣାଟକର ବିକାଶରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ । ତାଙ୍କ ବିୟୋଗରେ ମୁଁ ଦୁଃଖୀ । ଏହି ଦୁଃଖ ସମୟରେ ତାଙ୍କ ପରିବାର ଓ ସମର୍ଥକ ମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।