ଭୁବନେଶ୍ୱର, ସରକାରୀ ଅଫିସ ମାନଙ୍କରେ ପେଟ୍ରୋଲ- ଡିଜେଲରେ ଚାଲୁଥିବା କାରଣରୁ ହେଉଥିବା ପରିବେଶ ପ୍ରଦୂଷଣ କମ କରିବାକୁ ଇଲେକ୍ଟ୍ରିକ ବାହନ ଚଳାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱର ଓ କଟକରେ ସବୁଠାରୁ ଅଧିକ ବାହନ ଚାଲୁଛି । ଏକା ସହିତ ସରକାରୀ ଅଫିସରେ ଇ ଭେହିକଲ ଚଳା ଯିବା ସମ୍ଭବ ନୁହେଁ । ତେଣୁ ପର୍ଯ୍ୟାୟ କ୍ରମେ ସରକାରୀ ଅଫିସ ମାନଙ୍କରେ ଚାଲୁଥିବା ଗାଡିକୁ ଇ ଭେହିକଲ କରା ଯିବ ବୋଲି ସେ କହିଛନ୍ତି । ଏ ନେଇ ଶୀଘ୍ର ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି ।