ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଅଂଚଳକୁ ସମାନ ଭାବେ ଦେଖନ୍ତି । ପଶ୍ଚିମ ଓଡିଶାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । କୋଶଳ ରାଜ୍ୟ ଦାବି ନେଇ ୧୦ଟି ଜିଲ୍ଲା ବନ୍ଦ ଘôଟଣା ଉପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଗତ ୨୨ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ସମାନ ଭାବରେ ଦେଖିଛନ୍ତି । ସେ କହିଛନ୍ତି ଯେ ଯେଉଁମାନଙ୍କର କିଛି ସମସ୍ୟା ଅଛି ଆମ ସହ ଆଲୋଚନା କଲେ ସମାଧାନ କରାଯିବ ।