ରାଉରକେଲା, ୨୦୨୩ ବିଶ୍ଵକପ ହକି ଓଡ଼ିଶାର ରାଉରକେଲାରେ ଆୟୋଜିତ ହେବାକୁ ଥିବାବେଳେ ଆଜି ଜାତୀୟ, ଆନ୍ତର୍ଜାତିୟ ଓ ରାଜ୍ୟସ୍ତରିୟ ୬ ଜଣିଆ ଟିମ୍ ଦୁଇଟି ବିମାନରେ ଆସି ରାଉରକେଲା ବିମାନ କ୍ଷେତ୍ରରେ ପହଂଚିବା ସହ ବିଶ୍ଵକପ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଏହି ଟିମ୍ ବିପିୟୁଟି ପରିସରରେ ନିର୍ମାଣାଧିନ ବିଶ୍ଵସ୍ତରିୟ ହକି ପଡିଆକୁ ବୁଲି ଦେଖିବା ସହ ଏଥିପାଇଁ ନିର୍ମାଣାଧିନ ରହଣି ସ୍ଥାନ ଓ ଅବଶ୍ୟକୀୟ ସମସ୍ତ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ପରେ ଏୟାରପୋର୍ଟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲାର ଗଣମାଧ୍ୟମକୁ ସୂଚନା ଦେଇ ଏହି ପ୍ରତିନିଧି ଦଳ କହିଥିଲେ ଯେ, ଭାରତରେ ଚତୁର୍ଥ ଥର ପାଇଁ ହକି ବିଶ୍ଵକପର ଆୟୋଜନ କରାଯାଉଛି । ଯାହାକି ବିଶ୍ଵରେ ଏତେ ଥର ଆୟୋଜନ କେବଳ ଭାରତରେ ସମ୍ଭବ ହୋଇଛି । ଏହି ଆୟୋଜନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନପ୍ରାଣ ଦେଇ ସମସ୍ତ କାର୍ଯ୍ୟର ତଦାରଖ କରୁଥିବାରୁ ଏହି ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବର୍ତମାନ ଯେଉଁଭଳି ଆୟୋଜନ ଚାଲିଛି ସଫଳତାର ସହ ଶେଷ ହେଲେ ଏହାକୁ ଏକ ଆଇକନିକ ୱାଲର୍ଡକପ ବୋଲି କୁହାଯାଇପାରିବ । ବିଶ୍ଵରେ ବିଭିନ୍ନ ସ୍ଥାନରେ ୱାଲର୍ଡ଼ କପ୍ ଖେଳାଯାଉଥିବା ବେଳେ ଆଗାମୀ ଦିନରେ ଓଡ଼ିଶାର ରାଉରକେଲାରେ ଖେଳାଯିବ । ଏହା ବିଶ୍ଵରେ ଦ୍ଵିତୀୟ ସହର ଭାବେ ପରିଗଣିତ ହେବ । ଜାତୀୟ ଟିମ୍ ରୁ ଆସିଥିବା ଖେଳାଳୀ ମାନେ ଅତୀତରେ ବାରବାଟୀକୁ ଦେଖିଥିଲେ ଓ ସେ ଅଭିଜ୍ଞତାକୁ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ ଓ ରାଉରକେଲାରେ ଅୟୋଜିତ ହକି ବିଶ୍ଵକପ୍ ମଧ୍ୟ ବେଶ୍ ରୋମାଚଂକର ହେବ ଏବଂ ହକିପ୍ରେମୀ ମାନେ ତାହାର ଆନନ୍ଦ ନେବେ ବୋଲି ଏହି ଟିମ୍ ର ସଦସ୍ୟ ମାନେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ନିର୍ମାଣାଧିନ କାର୍ଯ୍ୟକୁ ତଦାରଖ କରିବା ନିମନ୍ତେ ବିଭିନ୍ନ ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଫାଇଭ-ଟି ସଚିବଙ୍କ ସମେତ ଅନ୍ୟାନ୍ୟ ସଚିବ ତଥା ମନ୍ତ୍ରୀ ମାନେ ବିଭିନ୍ନ ସମୟରେ ରାଉରକେଲା ଗସ୍ତ କରି ଏହି କାର୍ଯ୍ୟର ଅଗ୍ରଗତିକୁ ନେଇ ଅନୁଧ୍ୟାନ କରୁଥିବା ବେଳେ ଆଜି ଏହି ଟିମ୍ ଗସ୍ତ କରି ସ୍ଥିତି ପରଖିଛନ୍ତି ।
ଏହି ୬ ଜଣିଆ ଅନୁଧ୍ୟାନକାରୀ ଟିମ୍ ରେ ଅଛନ୍ତି ଏଫଆଇଏଚର କାର୍ଯ୍ୟକାରୀ ସଭାପତି ଶେଫ ଅହମ୍ମଦ, ସିଇଓ ଥିଏରୀ ୱେଲ, ହକି ଇଣ୍ଡିଆର ସିଓଏ ଡଃ. ଏସ.ୱାଇ. କ୍ୟୁରେସୀ, ହକି ଇଣ୍ଡିଆର ଜାଫେର ଇକବାଲ, ଇଡକୋର ଚେୟାରମ୍ୟାନ ତଥା ଆଇଏଏସ ହେମନ୍ତ ଶର୍ମା, ଡିଏସୱାଇଏସ କମିଶନର କମ୍ ସେକ୍ରେଟାରୀ ଆର. ଭିନୀଲ କ୍ରିଷ୍ଣା । ଟିମ୍ ର ଏହି ଗସ୍ତ କାଳରେ ଅନ୍ୟମାନଙ୍କ ରାଉରକେଲା ଏସପି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।