
ବଲାଙ୍ଗିର, ବଲାଙ୍ଗିର ସହରରେ ସ୍ଵତନ୍ତ୍ର କୋଶଲ ରାଜ୍ୟ ଦାବୀ ନେଇ ମହାବନ୍ଦ ପାଳନକୁ ଲୋକେ ଗ୍ରହଣକରି ବାର ଘଣ୍ଟା ବନ୍ଦ ଜୋର୍ସୋର୍ରେ ଚାଲିଛି । ସହର ମଧ୍ୟରେ ଦୋକନ ବଜାର ଠପ୍ ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ସ୍ଵତଃ ଏହି ମହାବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହି କିଛିଦିନ ତଳେ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ ପଶ୍ଚିମ ଓଡିଶାର ବହୁ ସଂଗଠନ ବିଧାନସଭା ଘେରାଉ କରିଥିବା ବେଳେ ନିକଟରେ ଅର୍ଥନୈତିକ ଅବରୋଧ ମଧ୍ୟ କରାଯାଇଥିଲା । କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜିର ମହାବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିରର ବହୁ ସଂଗଠନ ଏହାକୁ ସମର୍ଥନ କରିଥିବା ସୂଚନା ମିଳିଛି । ତେବେ ଆଜି ସ୍ଥାନୀୟ କଚେରି ଛକରେ ମହାବନ୍ଦ ଅବସରରେ ଏକ ସଧାରଣ ସଭା ଆୟୋଜିତ ହୋଇ ବିଭିନ୍ନ କୋଶଲ ବାଦୀ ନେତା ସ୍ଵତନ୍ତ୍ର ରାଜ୍ୟର ଆବଶ୍ୟକତା ଆବଶ୍ୟକତା କାହିଁକି ସେ ସମ୍ପର୍କରେ ଯୁକ୍ତି ବାଢିଥିଲେ ଏହି ଅଞ୍ଚଳରେ ଖଣି ଖାଦାନ ପ୍ରାକୃତିକ ବିଭବ ଭରପୁର ରହିଛି, ଏଠାରୁ ସମ୍ପତ୍ତି ନେଇ ଉପକୂଳରେ ବ୍ୟବସାୟୀ ଅଧିକାରୀ ମାନଙ୍କ ଅବସ୍ଥାରେ ଉନ୍ନତି ହେଉଥିବା ବେଳେ ଏଠାରେ ଗରୀବି ଦିନକୁ ଦିନ ବଢୁଥିବା ବେଳେ ବେକାରୀ ବଢୁଚି ବୋଲି ମତ ଦେଇଥିଲେ। ଆଜିର ବନ୍ଦ ପାଳନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀ ମାନେ ଦଳ ଦଳ ହୋଇ ବିଭିନ୍ନ ଅଂଚଳକୁ ଯାଇ ବନ୍ଦ କରାଉଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ।