ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ ସର୍ବାଧିକ ୮୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା ପଟାଙ୍ଗିରେ ୬୮.୦, କୋରାପୁଟ ଜିଲ୍ଲାର ଜୟପୁରରେ ୬୪.୬, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୬୨.୦, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ୬୦.୦, କୋରାପୁଟ ଜିଲ୍ଲାର କୋରାପୁଟରେ ୫୮.୬, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୫୧.୦, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୩୫.୦, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡିରେ ୩୦.୦ ଏବଂ କୋରାପୁଟ ଜିଲ୍ଲାର ନନ୍ଦପୁରରେ ୨୮.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରି ଓ ବୌଦ୍ଧରେ ୩୬.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୨୧.୫ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।