ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ଫାସୁଳା ଗ୍ରାମର ୮୫ (ଧରମା ମହାରଣା) ପରିବାର ୭୦ ବର୍ଷ ଧରି ବାସନ୍ଦ ରହିଛନ୍ତି । ତେବେ ସମ୍ପୃକ୍ତ ପରିବାର ଗୁଡିକ ଉପରୁ ବାସନ୍ଦ ଆଦେଶ ଉଚ୍ଛେଦ ଓ ମାମଲା ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ଅଂଟା ଭିଡ଼ିଛି । ଏନେଇ ଆଜି ଅପରାହ୍ନ ୩ଟା ସମୟରେ ଖଲ୍ଲିକୋଟ ବ୍ଲକର ସଭାଗୃହରେ ତହସିଲଦାର ରାଜକିଶୋର ପଟ୍ଟନାୟକ, ଖଲ୍ଲିକୋଟ ବିଡ଼ିଓ ମିତାଲି ପାତ୍ର, ସହକାରୀ ତହସିଲଦାର ଜ୍ୟୋତିର୍ମୟ ଦାଶ ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମହାରଣା ସମାଜର ବିଭିନ୍ନ କର୍ମକର୍ତା ଓ ସଦସ୍ୟ ବୃନ୍ଦ ବୈଠକରେ ଉପସ୍ଥିତ ଥିଲେ । ଆସନ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରିବା ଓ ସମସ୍ତେ ମିଳିମିଶି ଚଳିବାକୁ ବୈଠକରେ ନିଷ୍ପତି ହୋଇଥିଲା ।
Related Stories
November 23, 2024