ଭୁବନେଶ୍ୱର,ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଂଚଳବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପାୟନ ଦାୟିତ୍ୱରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ ନିଜ ଅଭିଭାଷଣରେ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ବିଭାଗରେ ସଠିକ୍ ଉପଲବ୍ଧ ହେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସିଟି ମିଶନ୍ ମ୍ୟାନେଜର୍ ମାନେ ତଥ୍ୟର ଗୁଣବତା ଓ ସତ୍ୟାପନ ଉପରେ ଦୃଷ୍ଟି ଦେବା ସହ ସହରାଞ୍ଚଳ ବିକାଶରେ ଏହି ସବୁ କାର୍ଯ୍ୟକ୍ରମର ଦୀର୍ଘସ୍ଥାୟୀପ୍ରଭାବ ସମ୍ପର୍କରେ ଅନୁଧ୍ୟାନ ଓ ମୂଲ୍ୟାଙ୍କନ ପ୍ରତିଦୃଷ୍ଟି ଦେବେ ବୋଲି ପରାମର୍ଶ ଦେଇଥିଲେ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆର୍ôଥକ ପରାମର୍ଶଦାତା ସଞ୍ଜୟ କୁମାର ପ୍ରମାଣିକ ଦାରିଦ୍ର୍ୟ ଦୂରୀକରଣ ତଥା ସହରାଞ୍ଚଳର ଆର୍ôଥକ ଅନଗ୍ରସର ବର୍ଗଙ୍କ ପାଇଁ ଜୀବିକା ସୁରକ୍ଷା ପଦକ୍ଷେପ ତ୍ୱରାନ୍ୱିତ କରାଯିବା ଦିଗରେ ବିଶେଷ ଦୃଷ୍ଟି ଦିଆଯିବାର ଆବଶ୍ୟକତା ସଂପର୍କରେ ଉଲ୍ଲେଖ କରିଥିଲେ ।
ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଂଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ‘ମୁକ୍ତା’ କାର୍ଯ୍ୟକ୍ରମର ସୁପରିଚାଳନା କ୍ଷେତ୍ରରେ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଦିଗରେ ସିଟି ମିଶନ୍ ମ୍ୟାନେଜର୍ ମାନେ ଉଲ୍ଲେଖଯୋଗ୍ୟ ଭୂମିକା ତୁଲାଇବେ ବୋଲି ଆଶା ପ୍ରକାଶ କରିଥିଲେ । ଆର୍ôଥକ ଅନଗ୍ରସରଙ୍କ ଜୀବନ ଓ ଜୀବିକା ସୁରକ୍ଷିତ ରଖିବା ପାଇଁ ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍ ଅନ୍ତର୍ଗତ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ କର୍ମଶାଳାରେ ଗୁରୁତ୍ୱ ଆରୋପ କରାଯାଇଛି ।
ସହରାଚଂଳ ଉନ୍ନୟନ ସଂସ୍ଥା (ସୁଡା) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କର୍ମଶାଳା ଓ ସମୀକ୍ଷା ବୈଠକରେ ସି.ଇ.ଡ଼ି ର ଓଡ଼ିଶା ମୁଖ୍ୟ ପ୍ରଦୀପ ହରିଚନ୍ଦନ ଏବଂ ଅତିରିକ୍ତ ଶାସନ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।