କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲା ର ଶିକ୍ଷା ର ମାନବୃଦ୍ଧି ଓ ଶିକ୍ଷାନୁଷ୍ଠାନ ର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ହେବା ପ୍ରଥମ ଆବଶ୍ୟକତା ବୋଲି ଆହ୍ୱାନ ଆସିଛି। ନିର୍ଭୟ ଅନୁଷ୍ଠାନ ପକ୍ଷରୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଙ୍କ ସଭାପତିତ୍ବରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଗୁରୁଦିବସ ଉପଲକ୍ଷେ ପୁରୀ ଟାଉନହଲ ରେ ଅନୁଷ୍ଠିତ “ଗୁରବେ ନମଃ” କାର୍ଯ୍ୟକ୍ରମରେ ପୁରୀ ପୌରସଂସ୍ଥା ର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ,ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶିକ୍ଷାବିତ୍ ରଘୁନାଥ ମହାପାତ୍ର, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଂକର୍ଷଣ ପରିଡ଼ା , ସୂର୍ଯ୍ୟ ରଥ, ଶଶାଙ୍କ ଚୂଡାମଣି,ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଗୁରୁ ହିଁ ଏକ ସମୃଦ୍ଧ ଓ ଶୃଙ୍ଖଳିତ ସମାଜ ଗଠନ କରିପାରେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ପୁରୀ ସଦର ରେ ଶିକ୍ଷା ବିକାଶ ସହ ଗୁରୁଙ୍କ ସମ୍ମାନ ବୃଦ୍ଧି ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ।ଅନୁଷ୍ଠାନ ର ମୁଖ୍ୟ ସଂଯୋଜକ ବଦ୍ରି ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାଗୁରୁ ଡଃ ଶ୍ରୀନିବାସ ଆଚାର୍ଯ୍ୟ, ବାବାଜୀ ଚରଣ ମହାନ୍ତି, ଗୋପୀନାଥ ଦାଶ,ବସନ୍ତ କୁମାର ମିଶ୍ର, ରାଜେନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀ ଦେବୀ, ସ୍ନେହଲତା ମିଶ୍ର, ବିଇଓ ନମିତା ପାଣିଗ୍ରାହୀ, ଉଷାରାଣୀ ମହାନ୍ତି, କାଞ୍ଚନବାଳା ଦଳାଇ, ହରପ୍ରିୟା ସାହୁ, ଭଗବାନ ସାହୁ, ଅଞ୍ଜଳି ରଥ,ପାଣ୍ଡବ ପ୍ରଧାନ, ପତିତପାବନ ଜଗଦେବ, ମିନତୀ ବେହେରା, ସଂଗୀତ ଗୁରୁ କାର୍ତ୍ତିକ ଚନ୍ଦ୍ର ସାହୁ, ନୃତ୍ୟଗୁରୁ ଅଶୋକ ଦାସ, ଭୀମସେନ ବେହେରା, ଗୀତିକାର ଗୁରୁ ଶତପଥୀ,କ୍ରୀଡାଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା , ରଘୁନାଥ ସାହୁ,ଗୋମୀ ପଣ୍ଡା, ସୁଦର୍ଶନ ମହାନ୍ତି,ବାବନ ରାଉତ ଓ ସଂସ୍କୃତି ଗୁରୁ ରାଜେଶ୍ କୁମାର ମହାନ୍ତି ଙ୍କ ସମେତ ୬୧ଜଣ ଗୁରୁଙ୍କୁ ବିଧାୟକ ଓ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ରାଜକିଶୋର ମହାନ୍ତିଙ୍କ ନେତୃତ୍ବରେଏହାକୁ ଇଷ୍ଟଦତ୍ତ ମହାପାତ୍ର,ଅନୀତା ପଟ୍ଟନାୟକ,ସୋମ୍ୟା ମିଶ୍ର , ଉମାକାନ୍ତ ମହାପାତ୍ର, ଲକ୍ଷ୍ମୀ ନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ।ପ୍ରାରମ୍ଭରେ ସମବେତ ଗୁରୁ ବନ୍ଦନା କରାଯାଇଥିଲା।
Related Stories
November 24, 2024
November 24, 2024