ଭୁବନେଶ୍ୱର, ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ । ନଡ୍ଡା ସେପ୍ଟେମ୍ବର୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ । ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ମଙ୍ଗଳବାର ଦିନ ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ସୁନୀଲ ବଂଶଲଙ୍କ ଉପସ୍ଥିତିରେ କୋର୍ କମିଟି ବୈଠକ ବସିଥିଲା । ବୈଠକରେ ଆଗାମୀ ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ପୁରୀରେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପ୍ରଶିକ୍ଷଣ ଶିବିର ହେବ । ରାଜ୍ୟର ୩୭ ହଜାର ବୁଥ୍ କୁ ତୃଣମୂଳ ସ୍ତରରୁ ମଜଭୁତ କରାଯିବ । ବିଜେପି ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଗୋଲକ ମହାପାତ୍ର କହିଛନ୍ତି ।