
ଭୁବନେଶ୍ଵର, ରାଜ୍ୟରେ ପାଗ ମୁଖ୍ୟତଃ କୋହଲା ରହିବା ସହ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି । ଏନେଇ ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରୀ କରିଛି ପାଣିପାଗ ବିଭାଗ । କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭୁବନେଶ୍ଵର, କଟକ, ନୟାଗଡ଼, ଅନୁଗୁଳ ଏବଂ ସମ୍ବଲପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ସେଥିପାଇଁ ଜନସାଧାରଣ ଆଗାମୀ ୩ ଘଂଟା ପର୍ଯ୍ୟନ୍ତ ସଚେତନ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆଜି ପୂର୍ବାହ୍ନ ୧୦ଟାରେ ଏନେଇ ଏକ ଟ୍ଵିଟ୍ ଜାରୀ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।