
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ସର୍ବାଧିକ ୮୬.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲା ଶାମାଖୁଂଟାରେ ୩୯.୦ ମି.ମି., ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ୧୩.୦, ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ୧୨.୨, ଜଗତସିଂହପୁର ଜିଲ୍ଲା ବାଲିକୁଦାରେ ୯.୦, ମୟୂରଭଞ୍ଜ ଜିଲ୍ଲା ଜି.ବି. ନଗରରେ ୯.୦, ବୌଦ୍ଧ ଜିଲ୍ଲାର ଖଇରମାଳରେ ୪.୪ ଏବଂ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୬.୫ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୨୦.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।