ବଲାଙ୍ଗିର, ସ୍ଥାନୀୟ ଠିକାଦାରପଡା ପୂଜା ମଣ୍ଡପ ପରିସରରେ ଚଳିତ ବର୍ଷ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଆଇନଜୀବି ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଆୟୋଜକ କମିଟିର ସଭାପତି ପ୍ରବିଣ ମିଶ୍ର, ସାଧାରଣ ସଂପାଦକ କାଳି ଚରଣ ବିଶ୍ଵାଳ କୋଷାଧ୍ୟକ୍ଷ ଭାବେ ଶେଷଦେବ ଯୁଏଡ ମନୋନିତ ହୋଇଥିଲେ । କମିଟିର ସଭ୍ୟ ରୂପେ ଧୃବ ଯୁଏଡ, ସୁରେନ୍ଦ୍ର ବାଗ, ପ୍ରଦ୍ୟୁତ ଖୁଆସ, ମଧୁ ବିଶ୍ଵାଳ, ରଂଜିତ ବେହେରା, ଦେବେନ ପାତ୍ର, ଅନିଲ ପାଣିଗ୍ରାହୀ, ସମିର ମିଶ୍ର, ମନୋଜ ସାହୁ, ରାଜିବ ସ୍ଵାଇଁ, ଲକ୍ଷିନ୍ଦ୍ର ସାହୁ, ଦେବା ହରିହା ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ । ବିଗତ ଦୁଇ ବର୍ଷ କରୋନା କଟକଣାରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ମହା ଆଡମ୍ବରରେ ପୂଜା କରିବା ପାଇଁ ମତ ପ୍ରକାଶ ପାଇଥିଲା ।
ବରିଷ୍ଠ ସଭ୍ୟ ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରଦୀପ ସାମନ୍ତରାୟ, ମୁରାରୀ ମୋହନ ପଟ୍ଟନାୟକ, ଇଶ୍ଵର ଚିରଗୁନ, ନରେନ୍ଦ୍ର ଜାଲ, ସରୋଜ ଗୁରୁ ଦୁର୍ଗାପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମତ ଦେଇଥିଲେ । ଶେଷରେ ସୁରେନ୍ଦ୍ର ବାଗ ସଭା ପରିଚାଳନା କରିଥିଲେ ।