ବଲାଙ୍ଗିର, ଆଜି ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ିଆ ମୋ ପରିବାର ଓ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୧୦୦ ରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ଵରେ ଗୁରୁ ପୂଜନ ଉତ୍ସବ ପାଳନ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ବିଭୁତି ଭୂଷଣ ସାହାଣୀ, ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦ ଯଥା ପର୍ଶୁରାମ ସାହୁ, ଶଶୀ ଭୂଷଣ ଶତପଥି, ଶ୍ୟାମସୁନ୍ଦର ଭୋଇ, କୈଳାସ ବିଶ୍ଵାଳ ଓ ୩୩ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା ପ୍ରମୁଖ ମଂଚାସୀନ ଥିଲେ। ଅତିଥି ବୃନ୍ଦ ତାଙ୍କର ଶିକ୍ଷକ ଜୀବନ ଉପରେ ଅଭିଭାଷଣ ରଖିଥିଲେ। ନିହାର ରଂଜନ ବେହେରା ଶିକ୍ଷକ ମାନଙ୍କର ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ ଓ ନିଷ୍ଠା। ଛାତ୍ର ମାନଙ୍କ ପ୍ରତି ତାଙ୍କର ଦିଗଦର୍ଶନ ପାଇଁ ଶିକ୍ଷକ ମାନଙ୍କୁ ପ୍ରଶଂସନୀୟ ବୋଲି କହିଥିଲେ। ସଭା ଆରମ୍ଭ ପୂର୍ବରୁ ମା ସରସ୍ବତୀ ଓ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ତାପରେ ଛାତ୍ରୀ ମାନେ ଗୁରୁ ପୂଜନ କରିଥିଲେ ଓ ପରେ ନିହାର ରଂଜନ ବେହେରା ସମସ୍ତ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ସଭାରେ ୧୦୦ ରୁ ଉର୍ଧ୍ଵ ଶିକ୍ଷକ ଯୋଗଦାନ କରିଥିଲେ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଶିକ୍ଷକ ମାନଙ୍କୁ ନେଇ ଅବସରପ୍ରାପ୍ତ ଶିକ୍ଷକ ସଂଘ ଗଠନ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ। ପରିଶେଷରେ ପର୍ଶୁରାମ ସାହୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଟିପଲୁ କଦମ, ପ୍ରଦିପ ସାହୁ, ପ୍ରକାଶ ମହାରଣା, ଶିବଳୁ କଦମ, ଅଂଶୁମାନ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।