
ନୂଆପଡ଼ା,ଗଣ୍ତାବାହାଲି ଗ୍ରାମ ଠାରେ ନୂଆଁଖାଇ ଭେଟଘାଟ ବହୁ ଆଡମ୍ବର ସହକାରେ ରବିବାର ସଂଧ୍ଯାରେ ଅନୁଷ୍ଠିତ ହୋଇଯାଇଛି। ନୂଆଁଖାଇ ପାଳନ କମିଟିର ସଭାପତି ଗଙ୍ଗାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରି ନୂଆଖାଇ ଏକ ଶାନ୍ତି ସଦଭାବନା ଏବଂ ଭାଇଚାରାର ପର୍ବ ଭାବରେ ସାରା ବିଶ୍ବକୁ ବାର୍ତ୍ତା ଦେଇଥାଏ ବୋଲି ମତ ପୋଷଣ କରିଥିଲେ । ଗଣ୍ତାବାହାଲି ଠାରେ ଏକ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଏବଂ ଐତିହାସିକ ରାମଗଡର ବିକାଶ କରି ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଏହି ଅବସରରେ ମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରିଥିଲେ । ସମାରୋହରେ ମୁଖ୍ୟବକ୍ତା ଭାବରେ ଧର୍ମଗଡ ସାହିତ୍ୟ ସଂସଦର ସଭାପତି ଅଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗଦାନ କରି ନୂଆଖାଇର ମହତ୍ତ୍ଵ ଓ ସାମାଜିକ ଚେତନା ବିଷୟରେ ମତ ରଖିଥିଲେ ।
ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବେଶ୍ଵର ଜାଲ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ସଭ୍ୟା ଯାଜ୍ଞସେନୀ କଟା, ସରପଞ୍ଚ କୈଶଲ୍ୟା ମେହେର, ସମିତି ସଭ୍ୟା ସସ୍ମିତା ମେହେର ଯୋଗଦାନ କରିଥିଲେ ।