ଭୁବନେଶ୍ଵର,ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୫୬.୮ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ୪୭.୦ ମି.ମି., ବାଲେଶ୍ୱର ଜିଲ୍ଲା ବାଲେଶ୍ଵରରେ ୪୫.୨, କଟକ ଜିଲ୍ଲା ମାହାଙ୍ଗାରେ ୪୫.୦, ନୂଆପଡ଼ା ଜିଲ୍ଲା ବୋଡ଼େନରେ ୪୨.୦, ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ୩୮.୦, ନୟାଗଡ଼ ଜିଲ୍ଲା ଓଡ଼ଗାଁ ୩୨.୭, ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୩୨.୦, ମୟୂରଭଞ୍ଜ ଜିଲ୍ଲା ଚନ୍ଦନପୁରରେ ୩୧.୬, ନବରଙ୍ଗପୁର ଜିଲ୍ଲା ଝରିଗାଁରେ ୩୧.୪, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ୩୧.୦ ଏବଂ ଭଦ୍ରକ ଜିଲ୍ଲା ବନ୍ତରେ ୩୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ସେହିପରି ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ଚାନ୍ଦବାଲିରେ ୩୬.୨ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୨୧.୦ ଡ଼ିଗ୍ରୀ ସେଲସିୟସ୍ ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।