ପୁରୀ, ଗତକାଲି ଚିଲିକାରେ ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀର ଆଲୋକ ବରାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଦୁଇ ଜଣ ହେଲେ ପୁରୀ ତଳମାଳିସାହିର ରାକେଶ ସ୍ଵାଇଁ ଏବଂ ମାର୍କଣ୍ଡେଶ୍ଵର ସାହିର ସୌମେନ୍ଦ୍ର ମହାନ୍ତି ବୋଲି ଜଣାପଡିଛି ।
ରବିବାର ସନ୍ଧ୍ୟାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଗମ୍ଭାରୀ ଗାଁ ପାଖରୁ କାଳିଜାଇ କୁଦା ନିକଟକୁ ଏମାନେ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ଫେରିବା ବେଳେ ବର୍ଷାପବନ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ଯାହାଫଳରେ ଡଙ୍ଗାରେ ଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ଏବଂ ପରେ ଆଉ ଜଣେ ପହଁରି କୂଳରେ ପହଞ୍ଚି ଯାଇଥିଲେ । କିନ୍ତୁ, ନିଖୋଜ ଥିବା ଦୁଇ ଜଣଙ୍କୁ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରିବା ପରେ ଦୁଇ ଜଣଙ୍କର ମୃତ ଦେହ ମିଳିଥିଲା। ସୋମବାର ଦୁଇ ମୃତ ଯୁବକଙ୍କ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ରହ୍ମଗିରି ପୋଲିସ ୪ ଜଣଙ୍କୁ ଥାନାରେ ରଖି ପଚାର ଉଚରା କରି ଛାଡ଼ିଦେଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବ୍ରହ୍ମଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି।