
ଗଞ୍ଜାମ, ସ୍ଵାଧିନତା ଆନ୍ଦୋଳନର ପୃଷ୍ଠଭୂମି କୃଷକ ଓ ଛାତ୍ର ଅନ୍ଦୋଳନର ଅଗ୍ନିଗର୍ଭରୁ ଗଞ୍ଜାମ ଜିଲ୍ଲାରେ ସିପିଆଇର ସୃଷ୍ଟି । ଜିଲ୍ଲାରେ ଦଳକୁ ପୁଣି ଥରେ ସଶକ୍ତ କରି ପ୍ରାଧାନ୍ୟ ବଜାୟ ରଖିବାକୁ ସିପିଆଇର ୨୩ତମ ଜିଲ୍ଲା ସମ୍ମିଳନୀରେ ଆହ୍ଵାନ ଦିଆଯାଇଛି । ଆସିକା ଚିନି ଶିଳ୍ପ ସମ୍ପ୍ରସାରଣ, ସୂତାକଳ କାର୍ଯ୍ୟକ୍ଷମ, ଟାଟା ଅଧିଗୃହିତ ଜମିରେ ଶିଳ୍ପ ପ୍ରତିଷ୍ଠା, ଶିତଳଭଣ୍ଡାର ସ୍ଥାପନ କରି ଜିଲ୍ଲାରୁ ଦାଦନ ଚାଲାଣ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବ୍ରହ୍ମପୁର ପ୍ରକାଶମ୍ ହଲ୍ ରେ ଆଜି ଅନୁଷ୍ଠିତ ଜିଲ୍ଲା ସମ୍ମିଳନୀରେ ଦାବି କରିଛନ୍ତି ଦଳୀୟ ନେତୃବୃନ୍ଦ ।
ରାଜୀବଲୋଚନ ପଣ୍ଡା, ଆର. ବିଜୟଲକ୍ଷ୍ମୀ, ସୁଶାନ୍ତ ସ୍ଵାଇଁ, ରଙ୍କନାଥ ସ୍ଵାଇଁ, ରାଜେନ୍ଦ୍ର ଦାଶଙ୍କୁ ନେଇ ସଭାପତି ମଣ୍ଡଳିଙ୍କ ଅଧ୍ୟକ୍ଷତାରେ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଦେଶର କର୍ପୋରେଟ ସାମ୍ପ୍ରଦାୟିକ ଶକ୍ତିର ଦମନ, ଦେଶରକ୍ଷା ଓ କୃଷକ ସ୍ଵାର୍ଥ ପାଇଁ ସମସ୍ତ ବାମ ଗଣତାନ୍ତ୍ରିକ ଶକ୍ତିର ମିଳିତ ସଂଗ୍ରାମ ଆବଶ୍ୟକ ବୋଲି କହିଥିଲେ । ଏହି ସମ୍ମିଳନୀ ଗତକାଲି ଓ ଆଜି ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି ।